କନେଷ୍ଟବଳ ସୁନିତାଙ୍କ ଇସ୍ତଫା ଗୃହୀତ ହେଉନି, ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ମନ୍ତ୍ରୀଙ୍କ ପୁଅକୁ ଛାଡ଼ିନଥିଲେ

Advertisment

ବରିଷ୍ଠ ପୁଲିସ ଅଧିକାରୀ ସୁନିତାଙ୍କୁ ସହଯୋଗ କରୁନଥିବା ଅଭିଯୋଗ

ବରିଷ୍ଠ ପୁଲିସ ଅଧିକାରୀ ସୁନିତାଙ୍କୁ ସହଯୋଗ କରୁନଥିବା ଅଭିଯୋଗ

କନେଷ୍ଟବଳ ସୁନିତାଙ୍କ ଇସ୍ତଫା ଗୃହୀତ ହେଉନି, ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ମନ୍ତ୍ରୀଙ୍କ ପୁଅକୁ ଛାଡ଼ିନଥିଲେ

The Quint

ଅହମଦାବାଦ୍‌: ଗୁଜରାଟର ଜଣେ ମହିଳା କନେଷ୍ଟବଳ ସୁନିତା ଯାଦବ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିଜର କର୍ତ୍ତବ୍ୟ ନିଷ୍ଠାର ସହିତ ସଂପାଦନ କରି କନେଷ୍ଟବଳ ସୁନିତା ଜଣେ ମନ୍ତ୍ରୀଙ୍କ ପୁଅକୁ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଅଟକାଇଥିଲେ। ସୁରଟ୍‌ରେ ଲକ୍‌ଡାଉନ୍‌ ନିୟମ ଏବଂ ନାଇଟ୍‌ କର୍ଫ୍ୟୁର ଉଲ୍ଲଂଘନ କରିଥିବାରୁ ଗୁଜରାଟ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କୁମାର କନାନିଙ୍କ ପୁଅ ପ୍ରକାଶ କନାନି ଏବଂ ତାଙ୍କର ୨ ବନ୍ଧୁଙ୍କ ବିରୋଧରେ ସୁନିତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କୁ ଗିରଫ କରାଯାଇଥିଲା।

ସୁନିତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ‌ କିନ୍ତୁ ସୁନିତା ଆଜି କହିଛନ୍ତି ଯେ, ତାଙ୍କ ଉପରେ ଏବେ ଅତି ପ୍ରବଳ ଚାପ ଯୋଗୁଁ ସେ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ବରିଷ୍ଠ ଅଧିକାରୀମାନଙ୍କ ସମର୍ଥନ ମିଳୁନଥିବାରୁ ମୁଁ ଇସ୍ତଫା ଦେଇଛି ବୋଲି ସେ କହିଛନ୍ତି। ତେବେ ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe