ଅଯୋଧ୍ୟା ଜମି ବିବାଦ ମାମଲାର ଶୀଘ୍ର ଶୁଣାଣି ପାଇଁ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠ

Advertisment
ଅଯୋଧ୍ୟା ମାମଲା: ହିନ୍ଦୁ ପକ୍ଷର ତର୍କ ଶେଷ

Image Source: Zee News

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ଦିନ ଅଯୋଧ୍ୟା ମାମଲାର ଶୀଘ୍ର ଶୁଣାଣି ପାଇଁ କରାଯାଇଥିବା ଆବେଦନର ଶୁଣାଣି କରିବେ। ପ୍ରମୁଖ ବାଦିମାନଙ୍କ ମଧ୍ୟରୁ ଜଣେ ଏହି ଆବେଦନ କରିଥିଲେ। ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଡିଓ୍ଵାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଅବ୍ଦୁଲ୍‌ ନାଜୀର।
ପୂର୍ବାହ୍ନ ପ୍ରାୟ ୧୦: ୩୦ରେ ଏହି ମାମଲାର ଶୁଣାଣି କରାଯିବ ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ।

ବାଦି ଗୋପାଳ ସିଂହ ବିଷାରଦଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ପିଏସ୍‌ ନରସିଂହ ମଙ୍ଗଳବାର ଦିନ ଖଣ୍ଡପୀଠଙ୍କୁ କହିଥିଲେ ଯେ ଜରୁରୀକାଳୀନ ଭିତ୍ତିରେ ଶୁଣାଣି ପାଇଁ ଶୀର୍ଷ ଅଦାଲତ ଏହି ମାମଲାକୁ ତାଲିକାଭୁକ୍ତ କରନ୍ତୁ। କାରଣ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଗଠିତ ତିନି-ସଦସ୍ୟବିଶିଷ୍ଟ ମଧ୍ୟସ୍ଥତା ପାନେଲ୍‌କୁ ରେଫର୍‌ କରାଯାଇଥିବା ଏହି ମାମଲାରେ ବିଶେଷ କୌଣସି ଅଗ୍ରଗତି ହୋଇନାହିଁ।

publive-image Image Source: The Indian Express

ଆଡ୍‌ଭୋକେଟ୍‌ ନରସିଂହଙ୍କ ଯୁକ୍ତି ଶୁଣି ଖଣ୍ଡପୀଠ ପଚାରିଥିଲେ କି, ଶୀଘ୍ର ଶୁଣାଣି ପାଇଁ ଆବେଦନ ହୋଇଛି ନା, ନାହିଁ। ଆବେଦନ ହୋଇ ସାରିଛି ବୋଲି ଆଡ୍‌ଭୋକେଟ୍‌ ନରସିଂହ ଉତ୍ତର ଦେଇଥିଲେ।

ଅଯୋଧ୍ୟା ଜମି ବିବାଦ ମାମଲାର ଆପୋସ ସମାଧାନ ନିମନ୍ତେ ମାର୍ଚ ୮ ତାରିଖ ଦିନ ଗଠିତ ତିନିଜଣିଆ ମଧ୍ୟସ୍ଥତା ପାନେଲ୍‌କୁ ସୁପ୍ରିମ୍‌ କୋର୍ଟ ଅଗଷ୍ଟ ୧୫ ତାରିଖ ଯାଏଁ ସମୟ ଦେଇଥିଲେ ।

କିନ୍ତୁ, ଏଥିପାଇଁ ଅଧିକ ସମୟ ଆବଶ୍ୟକ ଦର୍ଶାଇ ମେ ମାସରେ ଏହି କମିଟି ମୁଦା ଲଫାପାରେ କାମଚଳା ରିପୋର୍ଟ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe