ସମ୍ବିଧାନ ଦିବସ ହେଉଛି ଆମ ସଂସଦ ପ୍ରତି ଅଭିବାଦନ: ପ୍ରଧାନମନ୍ତ୍ରୀ ମୋଦୀ

ସମ୍ବିଧାନ ଦିବସ ହେଉଛି ଆମ ସଂସଦ ପ୍ରତି ଅଭିବାଦନ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Zee News

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଆମ ସଂସଦ ପ୍ରତି ଅଭିବାଦନ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତର ସମ୍ବିଧାନ ପ୍ରସ୍ତୁତି ନିମନ୍ତେ ଦେଶର ଅନେକ ରାଜନେତା ବହୁ ଆଲୋଚନା କରି ଉପାୟ କରିଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ ସଂଗ୍ରାମ କରିଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟମାନଙ୍କ ପ୍ରତି ମଧ୍ୟ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ସଂସଦରେ ‘ସମ୍ବିଧାନ ଦିବସ’ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆମ ସମ୍ବିଧାନ କେବଳ ଅନେକ ଧାରାର ଗୋଟାଏ ସଙ୍କଳନ ନୁହେଁ, ହଜାର ହଜାର ବର୍ଷର ପରମ୍ପରା। ସେହି ଅତୁଟ ଧାରାର ଆଧୁନିକ ପରିପ୍ରକାଶ। ଏକଥା ସମସ୍ତଙ୍କୁ ଜଣାଇବାକୁ ୧୯୫୦ରୁ ପ୍ରତିବର୍ଷ ‘ସମ୍ବିଧାନ ଦିବସ’ ପାଳନ କରାଯିବା ଉଚିତ ଥିଲା। କିନ୍ତୁ, କିଛି ଲୋକେ ତାହା କଲେନାହିଁ। ଆମେ ଯାହା କରୁଛନ୍ତି ତାହା ଠିକ୍‌ କି, ଭୁଲ୍‌, ମୂଲ୍ୟାୟନ କରିବା ଲାଗି ମଧ୍ୟ ଆଜିର ଦିବସ ପାଳନ କରାଯିବା ଉଚିତ।

publive-image Image Courtesy of Free Press Journal

ଆମ ସମ୍ବିଧାନ ଆମ ବିବିଧତା ଭରା ଦେଶକୁ ଏକତ୍ର କରି ରଖିଛି। ବହୁ ବାଧାବିଘ୍ନ ପରେ ଏବଂ ଦେଶର ଗଡ଼ଜାତ ରାଜ୍ୟଗୁଡ଼ିକୁ ମିଶ୍ରଣ କରାଯିବା ପରେ ସମ୍ବିଧାନ ଡ୍ରାଫ୍‌ଟ୍‌ କରାଯାଇଥିଲା।

ସେ କହିଲେ, ଦଳ ପାଇଁ ପରିବାର, ପରିବାରଦ୍ବାରା… ମତେ କ’ଣ ଆଉ ଅଧିକ କହିବାକୁ ପଡ଼ିବ? ଯଦି ଗୋଟାଏ ଦଳ ଗୋଟାଏ ପରିବାରଦ୍ବାରା ଅନେକ ପିଢ଼ି ଧରି ପରିଚାଳିତ ହେବ, ତେବେ ଗୋଟାଏ ସୁସ୍ଥ ଗଣତନ୍ତ୍ର ପାଇଁ ତାହା ଶୁଭଙ୍କର ନୁହେଁ।

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମଧ୍ୟ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି। ସ‌େ କହିଲେ, ଆଜି ହେଉଛି ୨୬/୧୧ ଆତଙ୍କବାଦୀ ଆକ୍ରମଣ ବାର୍ଷିକୀ। ଆଜିର ଦିନରେ ଆତଙ୍କବାଦୀମାନଙ୍କ ସହ ଲଢ଼ି ସହିଦ ହୋଇଥିବା ସମସ୍ତ ସାହସୀ ସୈନିକମାନଙ୍କ ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe