ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତା ଶୁଣାଣି ଆଜି

Advertisment
କ’ଣ ଥିଲା ୧୯୯୮ ନରସିଂହ ରାଓ ମାମଲା: ସୁପ୍ରିମ୍‌କୋର୍ଟଙ୍କ ୫ ବଡ଼ ମନ୍ତବ୍ୟ

moneycontrol.com

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ପ୍ରଚଳନରେ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରି ଦେଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ମୋଦୀ ସରକାରଙ୍କ ଏହି ବିବାଦୀୟ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟର ବିଚାରପତି ଅବଦୁଲ ନଜୀରଙ୍କ ନେତୃତ୍ବରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆସନ୍ତାକାଲି (ବୁଧବାର) ଶୁଣାଣି କରିବେ। ଉକ୍ତ ଖଣ୍ଡପୀଠ ବିସ୍ତୃତ ଶୁଣାଣି ତାରିଖ ଧାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ୨୦୧୬ ଡିସେମ୍ବର ୧୬ରେ ଉକ୍ତ ମାମଲା ସମ୍ବିଧାନ ପୀଠକୁ ଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସମ୍ବିଧାନ ପୀଠ ଗଠନ ହୋଇ ନଥିଲା। ଆସନ୍ତାକାଲି ସୁପ୍ରିମକୋର୍ଟରେ ମୋଟ ୪ଟି ସମ୍ବିଧାନ ପୀଠ ବସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe