ମହାନଦୀର ଶାଖାନଦୀ ସିଓନାଥର ଜଳ ଲିଜ୍ ଦେଇନାହାନ୍ତି ଛତିଶଗଡ଼ ସରକାର : ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ

Advertisment
ମହାନଦୀରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

Image Courtesy of The New Indian Express

ନୂଆଦିଲ୍ଲୀ: ଜଳସମ୍ପଦ ପ୍ରକଳ୍ପ ସବୁ ନିଜ ନିଜର ସମ୍ବଳ ଏବଂ ପ୍ରାଥମିକତା ଆଧାରରେ ରାଜ୍ୟ ସରକାରମାନେ ଯୋଜନା କରିବା ସହ ପାଣ୍ଠି ଯୋଗାଇ ନିର୍ମାଣ କାର୍ଯ୍ୟ ଓ ମରାମତି କାର୍ଯ୍ୟ କରନ୍ତି। ଆବଶ୍ୟକସ୍ଥଳେ ସ୍ଥାୟୀ ବିକାଶ ଓ ଜଳସଂପଦର ପରିଚାଳନା ଲାଗି କେନ୍ଦ୍ର ସରକାର ଏହି ପ୍ରକଳ୍ପଗୁଡ଼ିକୁ ବୈଷୟିକ ଓ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଥାଆନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପ୍ରକଳ୍ପଗୁଡ଼ିକ କ୍ଷମତାପ୍ରାପ୍ତ ସରକାରୀ ସଂସ୍ଥା ଦ୍ବାରା ଅନୁମୋଦିତ ହେବା ଆବଶ୍ୟକ। ବିନା ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ହୋଇପାରିବ ନାହିଁ। ମହାନଦୀ ଉପରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ପ୍ରକଳ୍ପ ସଂକ୍ରାନ୍ତରେ ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଏକଥା କହିଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ମହାନଦୀର ମୁଖ୍ୟ ଧାରା ଓ ଶାଖା ନଦୀମାନଙ୍କରେ ଛତିଶଗଡ଼ ନିର୍ମାଣ କରିଥିବା ପ୍ରକଳ୍ପର ସବିଶେଷ ବିବରଣୀ ଦିଆଯାଉ। ଏସବୁ ନିର୍ମାଣ ପୂର୍ବରୁ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅନୁମୋଦନ ପାଇଥିଲେ କି ନାହିଁ। ମହାନଦୀର ଶାଖାନଦୀ ସିଓନାଥରେ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କୁ ନ ଜଣାଇ  ଜଳ ଲିଜ୍‌ ଅଧିକାର ହାସଲ କରିଥିଲା କି ବୋଲି ସାଂସଦ ଡକ୍ଟର ପଟ୍ଟନାୟକ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ।

କେନ୍ଦ୍ର  ଜଳଶକ୍ତିମନ୍ତ୍ରୀ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିଥିବା ଜଳବିବାଦର ସମାଧାନ ନିମନ୍ତେ ୧୩. ୩. ୨୦୧୮ରେ ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌’ ଗଠନ କରାଯାଇଛି।ଏ ବ୍ୟପାରରେ ଟ୍ରିବ୍ୟୁନାଲ୍ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।  ମହାନଦୀର ତଳମୁଣ୍ଡରେ ଥିବା ଥିବା ଓଡ଼ିଶା ସହ ଆଲୋଚନା ନ କରି ଛତିଶଗଡ଼ ସରକାର  ସିଓନାଥ ନଦୀର ଜଳ ଲିଜ୍‌ ହିସାବରେ ଆବଣ୍ଟନ କରିନାହାନ୍ତି।  ଛତିଶଗଡ଼ ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ହେଉଛି କି ସିଓନାଥ ନଦୀର ଜଳକୁ ଛତିଶଗଡ଼ ଲିଜ୍ ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe