୩ ବର୍ଷରେ ସରିବ ରାମ ମନ୍ଦିର ନିର୍ମାଣ, ୧୧୦୦ କୋଟିରୁ ଅଧିକ ଖର୍ଚ୍ଚ ଆକଳନ

Advertisment
ଅଯୋଧ୍ୟାରେ ହାରିବା ବିଜେପି ପାଇଁ ଝଟ୍‌କା

Amar Ujala

ନୂଆଦିଲ୍ଲୀ : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ବରି‌ଷ୍ଠ ପଦାଧିକାରୀମାନେ କହିଛନ୍ତି ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ପ୍ରାୟ ୩ ବର୍ଷରେ ପୂରଣ ହେବ। ଏଥିରେ ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ମୁଖ୍ୟ ମନ୍ଦିରର ନିର୍ମାଣ ୩ରୁ ସାଢ଼େ ୩ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି କୁହାଯାଇଛି । ରାମ ମନ୍ଦିର ନିର୍ମାଣ ପାଇଁ ଏବେ ଅର୍ଥ ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଜାରି ରହିଛି। ୬.୫ ଲକ୍ଷ ଗ୍ରାମରୁ ମଧ୍ୟ ଚାନ୍ଦା ଆଣିବାକୁ ଯୋଜନା ରହିଥିବା କୁହାଯାଇଛି। ନ୍ୟାସର କୋଷାଧ୍ୟକ୍ଷ କହିଛନ୍ତି ଯେ ୧୫ କୋଟି ପରିବାରକୁ ରାମ ମନ୍ଦିର ନିର୍ମାଣ ସହଯୋଗ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe