ନୂଆଦିଲ୍ଲୀ: ଯାଜପୁର କେନ୍ଦୁଝର ରୋଡ-ଧାମରା ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରକଳ୍ପକୁ ବନ୍ଦର ଭିତ୍ତିକ ରେଳପଥ ଯୋଜନା ମଧ୍ୟରେ ସାମିଲ କର। ଯାଜପୁର ରୋଡ୍-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ଡ.ରାମଚନ୍ଦ୍ର ଖୁଣ୍ଟିଆ ଓ ଆବାହକ ସନ୍ତୋଷ ଦାସଙ୍କ ନେତୃତ୍ବରେ ଏକ ୧୪ ଜଣିଆ ପ୍ରତିନିଧିମଣ୍ଡଳୀ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏ ସଂକ୍ରାନ୍ତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିନିଧିମଣ୍ଡଳୀ ଉପସ୍ଥିତିରେ ବିଭାଗର ଦୁଇଜଣ ବିଶେଷଜ୍ଞଙ୍କ ସହିତ ପ୍ରକଳ୍ପ ସଂପର୍କିତ ନକ୍ସା ଓ ବୈଷୟିକ ତଥ୍ୟକୁ ବିସ୍ତୃତଭାବେ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ପ୍ରକଳ୍ପର ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିନିଧିମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ପ୍ରତିନିଧିମଣ୍ଡଳୀଙ୍କ ସହିତ ଆଲୋଚନା ଅବସରରେ ଯାଜପୁର ରୋଡ ରେଳ ଷ୍ଟେସନରେ ଡବା ତଳେ କଟି ମୃତ୍ୟୁବରଣ କରିଥିବା ୭ ଜଣ ଠିକା କର୍ମଚାରୀଙ୍କ ପରିବାରକୁ ଅତିକମ୍ରେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଦାବିକୁ ବିଚାର କରାଯିବ ବୋଲି କହିଥିଲେ।
ଯାଜପୁର କେନ୍ଦୁଝର ରୋଡ୍-ଧାମରା ରେଳପଥ ନିର୍ମାଣ ବିଚାରକୁ ନିଆଯିବ: ରେଳମନ୍ତ୍ରୀ
Advertisment
Follow Us