୪୦,୦୦୦ରୁ ଅଧିକ ଅମୃତ ସରୋବର ନିର୍ମାଣ

୪୦,୦୦୦ରୁ ଅଧିକ ଅମୃତ ସରୋବର ନିର୍ମାଣ

Newsdrum

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ତମ ବର୍ଷରେ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତିକମ୍‌ରେ ୭୫ଟି ଅମୃତ ସରୋବର ନିର୍ମାଣ/ ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ ।

ଏହି କାର୍ଯ୍ୟ ଦେଶର ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ କରାଯାଇଛି। ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ୫୦,୦୦୦ ଅମୃତ ସରୋବର ନିର୍ମାଣ ଲକ୍ଷ୍ୟ ଥିଲା । ୧୧ ମାସର ସ୍ୱଳ୍ପ ଅବଧି ମଧ୍ୟରେ ଏପର୍ଯ୍ୟନ୍ତ ୪୦,୦୦୦ ରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇସାରିଛି, ଯାହା ମୋଟ ଲକ୍ଷ୍ୟର ୮୦ ପ୍ରତିଶତ। ମିଶନ ଅମୃତ ସରୋବର ଗ୍ରାମାଞ୍ଚଳର ଜୀବିକା ବୃଦ୍ଧି କରୁଛି। କାରଣ ଜଳସେଚନ, ମତ୍ସ୍ୟ ଚାଷ, ବତକ ଚାଷ, ପାଣି ସିଙ୍ଗଡା ଚାଷ ଏବଂ ପଶୁପାଳନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ସମ୍ପନ୍ନ ସରୋବରମାନଙ୍କୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe