ଅଯୋଧ୍ୟାରେ ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟାରେ ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

News Nation

ଅଯୋଧ୍ୟା: ଭୂମି ପୂଜନ ପରେ ଆଜିଠାରୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।
ଆଜି ସକାଳୁ ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ହେବା ସ୍ଥାନର ମାଟି ପରୀକ୍ଷା କରୁଛନ୍ତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଦେଶର ପ୍ରାଚୀନ ତଥା ପାରମ୍ପାରିକ ନିର୍ମାଣ ଶୈଳୀକୁ ଅନୁସରଣ କରାଯାଇ ଏହି ପ୍ରସ୍ତାବିତ ମନ୍ଦିରର ନିର୍ମାଣ କରାଯିବ। ଏଥିସହ ମନ୍ଦିରର ଢ଼ାଞ୍ଚା ବା ମୂଳଦୁଆ ପ୍ରତିଷ୍ଠା କାଳରେ ମନ୍ଦରକୁ ଭୂକମ୍ପ ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ରୂପେ ନିର୍ମାଣ କରାଯିବ।

publive-image News Nation

ଉଲ୍ଲେଖଯୋଗ୍ୟ, ମନ୍ଦିର ନିର୍ମାଣରେ ଲୁହା ବ୍ୟବହାର କରାଯିବ ନାହିଁ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ନିର୍ମାଣ ପାଇଁ ତମ୍ବା ପ୍ଲେଟଗୁଡିକ ସହିତ ପଥର ଖଣ୍ଡଗୁଡ଼ିକୁ ଯୋଡ଼ିବା ପାଇଁ ବ୍ୟବହୃତ ହେବ। ପ୍ଲେଟଗୁଡିକ ୧୮ ଇଞ୍ଚ ଲମ୍ବ, ୩୦ ମିମି ଚଉଡା ଏବଂ ୩ ମିମି ଗଭୀରତାରେ ଲାଗିବ। ସଂପୂର୍ଣ୍ଣ ମନ୍ଦି ନିର୍ମାଣରେ ଏହିପରି ୧୦,୦୦୦ ପ୍ଲେଟ ଆବଶ୍ୟକ ହେବ।
ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ଏଭଳି ତମ୍ବା ପ୍ଲେଟ ଦାନ କରିବାକୁ ଶ୍ରୀରାମ ଭକ୍ତମାନେ ଆଗ୍ରହର ସହ ଆଗେଇ ଆସିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ଗସ୍ତରେ ଯାଇ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପୂର୍ବରୁ ଭୂମିପୂଜନ କାର୍ଯ୍ୟ ସମାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe