ଖୁବ୍‌ ଶୀଘ୍ର ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

ରାମ ମନ୍ଦିର ଭୂମି ପୂଜନ ଉତ୍ସବ ପାଇଁ ସାଧୁସନ୍ଥ, ମୁସ୍‌ଲିମ ନେତା ଆମନ୍ତ୍ରିତ; ତାଲିକାରେ ସୋନିଆ ଗାନ୍ଧୀ ନାହାନ୍ତି

India Today

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ତାରିଖ ଧାର୍ଯ୍ୟ କରିବାକୁ ଆସନ୍ତାକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ‌ଟ୍ରଷ୍ଟ୍‌ ସଦସ୍ୟମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏନେଇ ଏକ ନିମନ୍ତ୍ରଣ ପଠାଯାଇଛି। ଆସନ୍ତାକାଲିର ବୈଠକରେ ମନ୍ଦିର ନିର୍ମାଣ ପାଇଁ ତାରିଖ ନିଧାର୍ଯ୍ୟ ହେବ। ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହି ବୈଠକରେ ଉପସ୍ଥିତ ରହିବେ ଏବଂ ଯେଉଁ ତାରିଖ ଘୋଷଣା ହେବ ତାହାକୁ ପ୍ରଧାନମନ୍ତ୍ରୀଙ୍କ ସ୍ବିକୃତୀ ମିଳିଛି ବୋଲି କୁହାଯାଉଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ମଧ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ଉତ୍ସବରେ ଉପସ୍ଥିତ ରହିବେ। ସୂଚନାନୁଯାୟୀ, ରାମ ଜନ୍ମଭୂମି ମିର୍ମାଣ କାର୍ଯ୍ୟ ଅଗଷ୍ଟରେ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe