୧୭ ପରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ

Advertisment

ଅଯୋଧ୍ୟାର ବିକାଶ ପାଇଁ ନିଯୁକ୍ତ ହେବ ବିଶ୍ବସ୍ତରୀୟ କନସଲଟାଣ୍ଟ୍‌

ଅଯୋଧ୍ୟାର ବିକାଶ ପାଇଁ ନିଯୁକ୍ତ ହେବ ବିଶ୍ବସ୍ତରୀୟ କନସଲଟାଣ୍ଟ୍‌

୧୭ ପରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ

amar ujala

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୭ ପରେ ‘ପିତୃପକ୍ଷ’ ଶେଷ ହେବାପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି। ଲାର୍ସନ ଆଣ୍ଡ୍‌ ଟର୍ବୋ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିଭୂମି ପକାଇବାକୁ ସମସ୍ତ ପ୍ରସ୍ତୁତି କରି ସାରିଛି। ଏହି କମ୍ପାନି ମାଗଣାରେ ନିର୍ମାଣ କାର୍ଯ୍ୟ ପରିଚାଳନା କରିବ। ମନ୍ଦିର ଭିତ୍ତିଭୂମି ସ୍ଥାପନ ପାଇଁ ୧,୨୦୦ ପିଲାର୍‌ ପଡ଼ିବ। ନିର୍ମାଣ କମ୍ପାନି ନିର୍ମାଣ କାର୍ଯ୍ୟ ପାଇଁ ମୁମ୍ବାଇରୁ ମେସିନ୍‌ ଆଣିଛି ଏବଂ ଏହା ହାଇଦ୍ରାବାଦ୍‌ରୁ ମେସିନ୍‌ ଆଣିବାପାଇଁ ପ୍ରକ୍ରିୟା ଜାରି ରଖିଛି। ମନ୍ଦିରର ଭିତ୍ତିଭୂମି ପଡ଼ିବା ଦିନ ପ୍ରାୟ ୧୦୦ ଶ୍ରମିକ ନିୟୋଜିତ ହେବେ। ତେବେ ଏହି ଶ୍ରମିକମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ ଏବଂ ରାମ ମନ୍ଦିର ପରିସରକୁ ପ୍ରବେଶ ପୂର୍ବରୁ ସେମାନଙ୍କ ଥର୍ମାଲ୍‌ ସ୍କାନ୍‌ କରାଯିବ।

ଅଯୋଧ୍ୟାର ବିକାଶ ପାଇଁ ନିଯୁକ୍ତ ହେବ ବିଶ୍ବସ୍ତରୀୟ କନସଲଟାଣ୍ଟ୍‌
ଲକ୍ଷ୍ନୌ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହ ଏହି ସହରକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ବିକାଶ କରାଯିବ। ଉତ୍ତରପ୍ରଦେଶ ସରକାର ଏଥିପାଇଁ ଏକ ବିଶ୍ବସ୍ତରୀୟ କନ୍‌ସଲଟାଣ୍ଟ୍‌ ନିଯୁକ୍ତ କରିବାକୁ ବିଚାରବିମର୍ଶ କରୁଛନ୍ତି। ଖୁବ୍‌ ଶୀଘ୍ର ରାଜ୍ୟ ସହରାଞ୍ଚଳ ଯୋଜନା ବିଭାଗ ଦ୍ବାରା ଏନେଇ ପ୍ରକ୍ରିୟା ଆରମ୍ଭ ହେବ। ତେବେ ପ୍ରଥମ ଥର ପାଇଁ ରାଜ୍ୟରେ ଅଯୋଧ୍ୟା ସହରର ବିକାଶ ପାଇଁ ଏକ ବିଶ୍ବ ସ୍ତରୀୟ ଗ୍ଲୋବାଲ୍‌ କନସଲଟାଣ୍ଟ୍‌ ନିଯୁକ୍ତ ହେବ। ‌ତେବେ କନସଲଟାଣ୍ଟ୍‌ ନିଯୁକ୍ତି ପ୍ରକ୍ରିୟା ଶେଷ ହେବାପାଇଁ ପ୍ରାୟ ୪ ମାସ ଲାଗିଯିବ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe