ସୁରକ୍ଷିତ ଜାତୀୟ ରାଜମାର୍ଗ ପାଇଁ ନିଯୁକ୍ତି ପାଇବେ କନ୍‌ସଲ୍‌ଟାଣ୍ଟ

Advertisment
ସୁରକ୍ଷିତ ଜାତୀୟ ରାଜମାର୍ଗ ପାଇଁ ନିଯୁକ୍ତି ପାଇବେ କନ୍‌ସଲ୍‌ଟାଣ୍ଟ

pinterest.com

ନୂଆଦିଲ୍ଲୀ : ଦେଶରେ ନିର୍ମାଣ କରାଯାଉଥିବା ଜାତୀୟ ରାଜମାର୍ଗଗୁଡ଼ିକୁ ସୁରକ୍ଷିତ, ମଜବୁତ୍ ତଥା ଗୁଣବତ୍ତାପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପ୍ରାଇଭେଟ୍ କନ୍‌ସଲ୍‌ଟାଣ୍ଟ ଟିମ୍‌ ଗଠନ କରିବ। ଏହି ଟିମ୍ ଜାତୀୟ ରାଜମାର୍ଗ ଯୋଜନାର ପ୍ରି-ଫିଜିବିଲିଟି ଅଧ୍ୟୟନ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ସଡ଼କ ନିର୍ମାଣ ପୂର୍ବର ଗତିବିଧି ତଥା ନିର୍ମାଣ ପର ସ୍ଥିତିର ନିରୀକ୍ଷଣ କରିବ। ଏହି ପାଇଲଟ୍ ପ୍ରକଳ୍ପ ଗୋଟିଏ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ଏଥିରେ ସଫଳତା ମିଳିବା ପରେ ଦେଶର ସମସ୍ତ ସଡ଼କ ନିର୍ମାଣ ପ୍ରକଳ୍ପ ପାଇଁ ଲାଗୁ କରାଯିବ। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାର ଏନ୍‌ଏଚ୍‌ଏଆଇ, ବିଆରଓ ଏବଂ ପିଡବ୍ଲ୍ୟୁଡି କୁ ପତ୍ର ଲେଖାଯାଇଛି। ପତ୍ରରେ ପ୍ରକଳ୍ପ ମ୍ୟାନେଜମେଣ୍ଟ କନ୍‌ସଲ୍‌ଟାଣ୍ଟ ନିଯୁକ୍ତ ପାଇଁ ଆଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe