The Logical Indian
ନୂଆଦିଲ୍ଲୀ: ଦେଶର ନ୍ୟାୟବ୍ୟବସ୍ଥା ସମ୍ପର୍କରେ ନିକଟରେ କରିଥିବା ଟ୍ବିଟ୍ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କ୍ଷମା ମାଗିବା ଲାଗି ଆଜି ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଥିଲେ। ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ ବୋଲି କହିଥିଲେ। ଆଜି ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ତାଙ୍କ ବୟାନ ଦାଖଲ କରିଛନ୍ତି। ବୟାନରେ ପ୍ରଶାନ୍ତ ଭୂଷଣ ବିନା ସର୍ତ୍ତରେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ଅବମାନନା ମାମଲାରେ ବିନା ସର୍ତ୍ତରେ କ୍ଷମା ମାଗିବାକୁ ସୁପ୍ରିମକୋର୍ଟ ଆଜି ପର୍ଯ୍ୟନ୍ତ ପ୍ରଶାନ୍ତ ଭୂଷଣଙ୍କୁ ସମୟ ଦେଇଥିଲେ।
ସେ କହିଛନ୍ତି, କ୍ଷମା ହୃଦୟରୁ ମଗାଯିବା ଦରକାର | କିନ୍ତୁ ସତ ବୋଲି ବିଶ୍ବାସ କରୁଥିବା ମୋ ବୟାନକୁ ଯଦି ମୁଁ ପ୍ରତ୍ୟାହାର କରେ, ତେବେ ଏହା ମୋର ବିବେକ ଏବଂ ଏକ ଅନୁଷ୍ଠାନ (ସୁପ୍ରିମକୋର୍ଟ)କୁ ଅବମାନନା କରିବା ଭଳି ହେବ |
hindustantimesଉଲ୍ଲେଖଯୋଗ୍ୟ, ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ମାମଲାର ଦଣ୍ଡବିଧାନ ଶୁଣାଇବାକୁ ଅଗଷ୍ଟ ୨୦ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ, ଅଗଷ୍ଟ ୨୦ରେ ପ୍ରଶାନ୍ତ ଭୂଷଣ ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ କରି ସେ ଅଗଷ୍ଟ ୧୪ ଆଦେଶର ପୁନଃ ସମୀକ୍ଷା କରିବାକୁ ଚାହୁଁଥିବାରୁ ତାଙ୍କୁ ଏଥିପାଇଁ ୩୦ଦିନ ସମୟ ଦେବାକୁ ଏବଂ ତାଙ୍କ ପ୍ରତି ହେବାକୁ ଥିବା ଦଣ୍ଡବିଧାନକୁ ଅନ୍ୟ ଏକ ଖଣ୍ଡପୀଠରେ କରାଇବାକୁ ଆବେଦନ କରିଥିଲେ। ହେଲେ, ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଆଗତ ଯାଚିକାକୁ ଖାରଜ କରି ଦେଇଥିଲେ ଏବଂ ନିଜ ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ ଅଗଷ୍ଟ ୨୪ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ।
Follow Us