କାମ କଲାନି ଆପ୍‌: ଗର୍ଭନିରୋଧକ ‘ଆପ୍‌’ ବ୍ୟବହାର କରିବା ସତ୍ତ୍ୱେ ଗର୍ଭବତୀ ହେଲେ ୩୭ ମହିଳା

Advertisment
କାମ କଲାନି ଆପ୍‌: ଗର୍ଭନିରୋଧକ ‘ଆପ୍‌’ ବ୍ୟବହାର କରିବା ସତ୍ତ୍ୱେ ଗର୍ଭବତୀ ହେଲେ ୩୭ ମହିଳା

ସ୍ୱିଡେନ୍‌ର ସ୍ୱଦେଶୀ ଗର୍ଭ ନିରୋଧକ ଆପ୍‌ ଉପରେ ଭରସା ରଖି  ୩୭ ଜଣ ମହିଳା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆପ୍‌ରେ ସୂଚୀତ କରାଯାଇଥିବା ଗର୍ଭନିରୋଧକ କୌଶଳ ଆପଣେଇ ଶାରୀରିକ ସଂପର୍କ ରଖିଥିବା ସତ୍ତ୍ୱେ ମହିଳାମାନେ ଗର୍ଭବତୀ ହେବା ପରେ ଆପ୍‌ଟି ନିଜର ବିଶ୍ୱସନୀୟତା ହରାଇଛି।

ସ୍ୱିଡେନ୍‌ର ଷ୍ଟକ୍‌ହୋମ୍‌ରେ  ଥିବା ନାମୀଦାମୀ ହସ୍ପିଟାଲ୍‌ ସୋଡେୟାର୍ସଜକ୍‌ହୁସେଟ୍‌ ଏହି ଆପ୍‌ ବିରୋଧରେ ଅଭିଯୋଗ ଆଣିଛି। ହସ୍ପିଟାଲ୍‌ର କର୍ମଚାରୀ ଏହି ଆପ୍‌ ବ୍ୟବହାର କରିଥିବା ୩୭ ଜଣଙ୍କର ଗର୍ଭପାତ କରାଇଥିବା ସୂଚନା ରହିଛି।

publive-image

କମ୍ପାନି ପକ୍ଷରୁ ଦାବି ରହିଛି ଯେ ଆପ୍‌ ଜରିଆରେ ମହିଳାଙ୍କ ଶରୀରର ତାପମାତ୍ରା ପରିବର୍ତ୍ତନ ସଂପର୍କରେ ଜାଣିହୁଏ। କମ୍ପାନିର ସହ ନିର୍ମାତା ଏଲିନା ବର୍ଗଲଣ୍ଡ୍‌ କହନ୍ତି ଯେ ଏହି ଆପ୍‌ଟି ଗର୍ଭନିରୋଧକ ପିଲ୍‌ ପରି ସୁରକ୍ଷା ପ୍ରଦାନ କରିଥାଏ।

ଉଲ୍ଲେଖଯୋଗ୍ୟ, ‘ନେଚୁରାଲ୍‌ସାଇକେଲ୍‌’ ନାମକ ଏହି ଆପ୍‌ଟି ୨୦୧୩ ମସିହାରେ ଲଞ୍ଚ୍‌ ହୋଇଥିଲା। ବର୍ତ୍ତମାନ ଏହି ଆପ୍‌ର ୬୦୦,୦୦୦ ଜଣ ବ୍ୟବହାରକାରୀ ଅଛନ୍ତି। ନିକଟରେ ଏହି ଆପ୍‌ଟିକୁ ବହୁ ବିଷେଶଜ୍ଞ ସମାଲୋଚନା କରିଥିଲେ। ଗତ ନଭେମ୍ବରରେ କରୋଲିନ୍‌ସ୍କା ୟୁନିଭରସିଟି ହସ୍ପିଟାଲ୍‌ର ଧାଈ ମ୍ୟାରିଆ ଗଣମାଧ୍ୟମରେ କହିଥିଲେ ଯେ ‘ନେଚୁରାଲ୍‌ସାଇକେଲ୍‌’ର ବ୍ୟବହାରକାରୀମାନେ ପ୍ରତିଦିନ ବହୁଳ ମାତ୍ରାରେ ଗର୍ଭପାତ କରୁଛନ୍ତି।

ଗର୍ଭବତୀ ହେବାକୁ ଚାହୁଁନଥିବା ମହିଳାମାନଙ୍କ ପାଇଁ ‘ନେଚୁରାଲ୍‌ସାଇକେଲ୍‌’ ଆଦୌ ଏକ ଭଲ ବିକଳ୍ପ ନୁହେଁ। ଏହି ଆପ୍‌କୁ ଭରସା କଲେ ଅସୁବିଧାରେ ସମ୍ମୁଖୀନ ହେବାର ସମ୍ଭାବନା ରହିଛି ବୋଲି ଡାକ୍ତରମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe