ଭାରତୀୟ ନୌସେନା ପାଇଁ ୧୭୦୦ କୋଟି ଟଙ୍କାର ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ଲାଗି ଚୁକ୍ତି ସ୍ୱାକ୍ଷରିତ

ଭାରତୀୟ ନୌସେନା ପାଇଁ ୧୭୦୦ କୋଟି ଟଙ୍କାର ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ଲାଗି ଚୁକ୍ତି ସ୍ୱାକ୍ଷରିତ

Hindustan Times

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଭାରତୀୟ ନୌସେନା ପାଇଁ ୧୩ଟି ଲିଙ୍କ୍ସ-ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ଲାଗି ବାଙ୍ଗାଲୋର ସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ୍‌) ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି, ଯାହାକି ଭାରତୀୟ - ଆଇଡିଏମ୍‌ଏମ୍‌ (ସ୍ୱଦେଶୀ ଡିଜାଇନ୍‌ରେ ବିକଶିତ ଏବଂ ଉତ୍ପାଦିତ) ବର୍ଗ ଅଧୀନରେ ମୋଟ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହେବ। ଲିଙ୍କ୍ସ-ୟୁ୨ ବ୍ୟବସ୍ଥା ହେଉଛି ଏକ ନୌସେନା ଗୁଳିଗୋଳାଜନିତ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା (ନାଭାଲ ଗନ୍ ଫାୟାର କଂଟ୍ରୋଲ ସିଷ୍ଟମ୍‌) ଯାହା ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ହୋଇଛି। ଏହା ସାମୁଦ୍ରିକ ଅବ୍ୟବସ୍ଥା ମଧ୍ୟରେ ତଥା ବାୟୁ / ଭୂପୃଷ୍ଠ ଲକ୍ଷ୍ୟ ମଧ୍ୟରେ ସଠିକ୍ ଭାବରେ ଟ୍ରାକିଂ କରିବା ଏବଂ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ।

ଏହି ପଦକ୍ଷେପ ଚାରି ବର୍ଷ ମଧ୍ୟରେ ଦୁଇ ଲକ୍ଷ ମାନବ-ଦିବସର ରୋଜଗାର ସୃଷ୍ଟି କରିବ ଏବଂ ଏମ୍‌ଏସ୍‌ଏମ୍‌ଇ ସମେତ ବିଭିନ୍ନ ଭାରତୀୟ ଉଦ୍ୟୋଗର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବ, ଯାହାର ପରିଣାମ ସ୍ୱରୂପ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭରତା’ ହାସଲ କରିବା ପାଇଁ ସରକାରଙ୍କ ଉଦ୍ୟମ ପ୍ରତି ଏହାର ଉଲ୍ଲେଖନୀୟ ଅବଦାନ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe