ବିବାଦରେ ସିପିଏମ୍‌ ପୋଷ୍ଟରରେ କିମ୍‌ ଜଙ୍ଗ

ବିବାଦରେ ସିପିଏମ୍‌ ପୋଷ୍ଟରରେ କିମ୍‌ ଜଙ୍ଗ

ନୂଆଦିଲ୍ଲୀ: କେରଳରେ ସିପିଏମର ଏକ ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସଂପୃକ୍ତ ପାଷ୍ଟରରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ ସ୍ଥାନୀତ ହେବାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ରଖିଛି। ଡିସେମ୍ବର ୧୬-୧୭ ତାରିଖରେ କେରଳ ନେଡୁମକଣ୍ଡାମ୍‌ରେ ସିପିଏମ୍‌ର ଏକ ଦଳୀୟ ବୈଠକରେ ଯୋଗଦେବା ଲାଗି ସିପିଏମ୍‌ କର୍ମୀମାନଙ୍କୁ ଉକ୍ତ ପୋଷ୍ଟର ଦ୍ୱାରା ନିମନ୍ତ୍ରଣ କରାଯାଇଛି। ତେବେ ଏଥିରେ ରହିଥିବା କିମ୍‌ ଜଙ୍ଗଙ୍କ ଫଟୋ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ରାଜ୍ୟରେ ଆରଏସ୍‌ଏସ୍‌ କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରିବାର ଏହା ଜ୍ୱଳନ୍ତ ଉଦାହରଣ ବୋଲି ଉକ୍ତ ପୋଷ୍ଟରର ଏକ ଫଟୋ ଟ୍ଵିଟରରେ ପୋଷ୍ଟ୍‍ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ବିଜେପି ଏବଂ ଆରଏସ୍‌ଏସ୍‌ ଅଫିସ ଉପରେ ବାମଦଳ କ୍ଷେପଣାସ୍ତ୍ର ଆକ୍ରମଣର ଯୋଜନା କରୁଛି କି ବୋଲି ସମ୍ବିତ୍‌ ପ୍ରଶ୍ନ କରିଛନ୍ତି। ତେବେ କେରଳରେ ସ୍ଥାନୀୟ ଶାଖା ଦ୍ୱାରା ପୋଷ୍ଟରଟିକୁ ଭୁଲ୍‌ରେ ପ୍ରସ୍ତୁତ କରାଯାଇଛି ବୋଲି ଜିଲ୍ଲା ସିପିଏମ୍‌ ସଚିବ କହିଛନ୍ତି। ଦଳ ମଧ୍ୟ ପୋଷ୍ଟରଟିକୁ କାଢ଼ିଦେଇଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe