OpIndia
ବିହାର, ଜମ୍ମୁ କାଶ୍ମୀର, ମେଘାଳୟ ଆଦି ରାଜ୍ୟରେ ଏକଦା ରାଜ୍ୟପାଳ ଦାୟିତ୍ବରେ ଥିବା ବିଜେପି ନେତା ସତ୍ୟପାଲ ମଲ୍ଲିକ ଏବେ ନିଜ ଦଳ ପାଇଁ ଘର ଡିଙ୍କି କୁମ୍ଭୀର ପାଲଟିଯାଇଛନ୍ତି। ‘ଦ ଓୟାର୍’ ପତ୍ରିକା ପାଇଁ କରନ ଥପ୍ପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ ମୋଦୀଙ୍କ ବିଷୟରେ ଭୟଙ୍କର କଥାମାନ କହିଛନ୍ତି। ସେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଥିବାବେଳେ କେନ୍ଦ୍ର ଗୃହ ବିଭାଗ କିପରି ୫ଟି ଏୟାରକ୍ରାଫ୍ଟ ନ ଦେବାରୁ ପୁଲୱାମାରେ ୪୦ ଯୱାନଙ୍କ ଜୀବନ ଗଲା ଓ କିପରି ସେ ଏକଥା ପ୍ରଧାନମନ୍ତ୍ରୀଙ୍କୁ ସେଦିନ ସନ୍ଧ୍ୟାରେ ଜଣାଇବାରେ ସେ ତାଙ୍କୁ ‘ଚୁପ୍ ରହ’ ବୋଲି କହିଥିଲେ ତାହା ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। କ୍ଷମତାରେ ରହିବା ପାଇଁ ଯାହା କିଛି କରାଯାଇପାରେ ବୋଲି କିଛି ଲୋକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଯିଏ ନିଜ ଶିକ୍ଷାଗତ ଯୋଗ୍ୟତା ପାଇଁ ନକଲି ପ୍ରମାଣପତ୍ର ଦେଖାଉଛନ୍ତି ତାଙ୍କଠାରୁ ଆଉ କ’ଣ ଆଶା କରାଯିବ?
/sambad/media/post_attachments/wp-content/uploads/2023/04/28-11.jpg)
ଦେଶର ନୁହେଁ, ନିଜର ଛବି ଉଜ୍ଜ୍ବଳ ରଖିବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ଅନ୍ୟ ପକ୍ଷରେ ମଲ୍ଲିକଙ୍କୁ ସମାଲୋଚନା କରିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ସେ ଏତେଦିନ ଯାଏ କୋଉଠି ଥିଲେ? ଆଗରୁ ମଧ୍ୟ ଥରେ ଅମିତ ଶାହଙ୍କ ବକ୍ତବ୍ୟକୁ ଭୁଲ୍ରେ ଉଦ୍ଧାର କରି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବା ଉଦାହରଣ ତାଙ୍କର ରହିଛି। ଏଥର ସେପରି ହେବନାହିଁ ତ? ହିଣ୍ଡେନବର୍ଗ ଡକୁମେଣ୍ଟର ବିଫଳତା ପରେ ମୋଦୀଙ୍କୁ ହଟାଇବାକୁ ଏହା ଆଉ ଏକ ଷଡ଼୍ଯନ୍ତ୍ର ନୁହେଁ ତ? ସଚେତନ ଲୋକେ ଜାଣନ୍ତି, ଦେଶର ନିରାପତ୍ତା ଦୃଷ୍ଟିରୁ କିଛି କଥା ସର୍ବସାଧାରଣରେ ପ୍ରଘଟ କରାଯାଏ ନାହିଁ।
ତେଣୁ ମୋଦୀଙ୍କ ପରାମର୍ଶ ସେହି ସମୟ ପାଇଁ ଠିକ୍ ଥିଲା। ଯେଉଁମାନେ ବାଲାକୋଟ୍ ପ୍ରତିଆକ୍ରମଣର ପ୍ରମାଣ ମାଗୁଥିଲେ ସେଇମାନେ ହିଁ ଏଥର ସତ୍ୟପାଲଙ୍କୁ ଅନ୍ଧଭାବେ ବିଶ୍ବାସ କରିଯାଉଛନ୍ତି। ଜଣେ ପରିହାସ ଛଳରେ କହିଛନ୍ତି, ସେ ଏପରି କିଛି ସତ୍ୟ କହିଛନ୍ତି ଯାହା ଫଳରେ ତାଙ୍କର ଆଉ ପାଲ୍(ବନ୍ଧୁ) ରହିବେ ନାହିଁ ଓ ଏଣିକି ତାଙ୍କୁ ତାଙ୍କ ମାଲିକଙ୍କ ରୋଷର ସାମ୍ନା କରିବାକୁ ହେବ। ଏହି ପ୍ରକରଣରେ ଗଣମାଧ୍ୟମକୁ ମଧ୍ୟ ଆକ୍ରମଣ କରିଛନ୍ତି କିଛି ନେଟିଜେନ୍। ଗୁଲାମ ନବୀ ଆଜାଦ ଯଦି ରାହୁଲଙ୍କ ବିରୋଧରେ କିଛି କହିଦେବେ ଗୋଦୀ ମିଡିଆ ତାକୁ ନେଇ ସାରା ଦେଶରେ ତମ୍ବିତୋଫାନ କରିଦେବ। ହେଲେ ମୋଦୀଙ୍କ ବିରୋଧରେ ସତ୍ୟପାଲ କିଛି କହିଲେ ‘ସତ୍ୟପାଲ ଏସବୁ ଆଗରୁ କାହିଁକି କହୁ ନ ଥିଲେ’ ବୋଲି ଓଲଟା ପ୍ରଶ୍ନ କରିବ।
Follow Us