ଏକାଡେମୀକୁ ଫେରିଲେନି ବିବାଦୀୟ ଆଇଏଏସ୍‌ ପୂଜା ଖେଦକର

Advertisment
ଏକାଡେମୀକୁ ଫେରିଲେନି ବିବାଦୀୟ ଆଇଏଏସ୍‌ ପୂଜା ଖେଦକର

ପୁଣେ: ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଦକରଙ୍କୁ ଜୁଲାଇ ୨୩ ସୁଦ୍ଧା ମସୌରୀସ୍ଥିତି ପ୍ରଶାସନିକ ପ୍ରଶିକ୍ଷଣ କେନ୍ଦ୍ରକୁ ଫେରିବାକୁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ବିଭାଗ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପୂଜା ଏହି ନିର୍ଦ୍ଦେଶକୁ ପାଳନ କରିନାହାନ୍ତି। କ୍ଷମତାର ଦୁରୁପଯୋଗ, ଭିନ୍ନକ୍ଷମ ଓ ଅନ୍ୟ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗରେ ଛନ୍ଦି ହୋଇଥିବା ପୂଜା ଖେଦକର ସମସ୍ତ ପ୍ରଶିକ୍ଷଣ ବନ୍ଦ କରି ମସୌରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରାଶାସନିକ ଏକାଡେମୀକୁ ଫେରିବାକୁ ଜୁଲାଇ ୧୬ ତାରିଖରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁସାରେ, ଜୁଲାଇ ୨୩ ତାରିଖ ସୁଦ୍ଧା ମସୌରୀ ଏକାଡେମୀରେ ଉପସ୍ଥିତ ରହିବାକୁ ତାଙ୍କୁ କୁହାଯାଇଥିଲା। ଏକାଡେମୀରୁ ମିଳିଥିବା ସୂଚନାନୁସାରେ, ‘ବ୍ୟକ୍ତିଗତ କାରଣ’ରୁ ଅନୁପସ୍ଥିତ ରହିଥିବା ନେଇ ପୂଜା ଏକାଡେମୀକୁ ସୂଚିତ କରିଛନ୍ତି। ଏନେଇ ଏକାଡେମୀ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପୂଜା ଖେଦକର, ଚଳିତ ବର୍ଷ ଜୁନ୍‌ ୩ ତାରିଖରେ ସହକାରୀ ଜିଲ୍ଲାପାଳ ଭାବେ ପୁଣେ ଜିଲ୍ଳାପାଳ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। କ୍ଷମତାର ଦୁରୁପଯୋଗ ଅଭିଯୋଗ ଓ ଜୁନ୍‌ ୨୪ ତାରିଖରେ ମୁଖ୍ୟଶାସନ ସଚିବଙ୍କୁ ଜିଲ୍ଲାପାଳ ସୁହାସ ଦିଭାସେଙ୍କ ରିପୋର୍ଟ ଭିତ୍ତିରେ ଜୁଲାଇ ୮ରେ ତାଙ୍କୁ ପୁଣେରୁ
ୱାସିମ୍‌ ବଦଳି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe