ନାଗାଲାଣ୍ଡ୍‌ରେ ପୁଣି ୬ ମାସ ବୃଦ୍ଧି ପାଇଲା ବିବାଦୀୟ ‘ଏଏଫଏସ୍‌ପିଏ’ ଆଇନ

Advertisment
ତିନିଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

Image Courtesy of Zee News

କୋହିମା: ନିରାପତ୍ତା ବଳକୁ ଅଖଣ୍ଡ କ୍ଷମତାଶୀଳ କରୁଥିବା ବିବାଦୀୟ ଆଇନ ‘ଏଏଫଏସ୍‌ପିଏ’କୁ ନାଗାଲାଣ୍ଡ୍‌ରେ ଆହୁରି ୬ ମାସ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖ ଦିନ ବିଦ୍ରୋହୀ ଭ୍ରମରେ ସେନା ଅତର୍କିତ ଭାବେ ସାଧାରଣଜନତାଙ୍କୁ ଗୁଳି କରି ମାରିବ‌ା ଘଟଣାର କୋର୍ଟ ଇନ୍‌କ୍ବାରି ଚାଲିଛି।

‘ଆର୍ମଡ୍‌ ଫୋର୍ସେସ୍‌ (ସ୍ପେସାଲ୍‌) ପାୱାର୍‌ ଆକ୍ଟ୍‌’ (ଏଏଫଏସ୍‌ପିଏ) ବଳରେ ‘ବିଶୃଙ୍ଖଳିତ ଅଞ୍ଚଳ’ ଘୋଷିତ ଯେକୌଣସି ସ୍ଥାନରେ ଅବାଧ ଅଭିଯାନ ଚଳାଇବା ଲାଗି ସେନା ଅଖଣ୍ଡ କ୍ଷମତା ପାଇଥାଏ। ‘ଏଏଫଏସ୍‌ପିଏ’ ଅଭିଯାନ ଚାଲୁଥିବା ଅଞ୍ଚଳର କୌଣସି ସାମରିକ କର୍ମଚାରୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ମଞ୍ଜୁରି ବିନା ବଳପୂର୍ବକ ମାମଲା ରୁଜୁ କରାଯାଇ ପାରିବ ନାହିଁ।

publive-image Image Courtesy of NDTV

‘ଏଏଫଏସ୍‌ପିଏ’ ପ୍ରତ୍ୟାହାର କରି ନେବାକୁ ‘ନାଗାଲାଣ୍ଡ୍‌ସ୍‌ ରାଇଟ୍‌ସ୍‌ ଗ୍ରୁପ୍ସ୍’ ଏବଂ ରାଜ୍ୟ ସରକାର ମଧ୍ୟ ଦାବି କରି ଆସୁଛନ୍ତି। ଦୀର୍ଘ ଦିନ ହେବ ‘ବିଶୃଙ୍ଖଳିତ ଅଞ୍ଚଳ’ ଭାବେ ରହି ଆସୁଥିବା ନାଗାଲାଣ୍ଡ୍‌ରେ କିଛି ବର୍ଷ ହେବ ପ୍ରତି ୬ ମାସରେ ଥରେ ‘ଏଏଫଏସ୍‌ପିଏ’ ସମୟ ସୀମା ବୃଦ୍ଧି କରାଯାଉଛି।

ଉତ୍ତରପୂର୍ବ, ବିଶେଷକରି ନାଗାଲାଣ୍ଡ୍‌ରୁ ‘ଏଏଫଏସ୍‌ପିଏ’  ଉଚ୍ଛେଦ କରିବା ଲାଗି ଦାବି ଉପସ୍ଥାପନ କରିବା ପାଇଁ ଡିସେମ୍ବର ୨୦ ତାରିଖ ଦିନ ନାଗାଲାଣ୍ଡ ବିଧାନସଭା ସର୍ବସମ୍ମତିକ୍ରମେ ପଣ କରିଥିଲା। ନାଗାଲାଣ୍ଡ୍‌ରୁ ‘ଏଏଫଏସ୍‌ପିଏ’ ପ୍ରତ୍ୟାହାର ସମ୍ଭାବନା ପ୍ରସଙ୍ଗ ଅନୁଶୀଳନ ପାଇଁ ବିଶିଷ୍ଟ ଅମଲା ବିବେକ ଯୋଶୀଙ୍କ ଅଧୀନରେ ଏକ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି ମଧ୍ୟ ଗଠିତ ହୋଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe