Image Courtesy of Deccan Herald
ଜୟପୁର : ଯୋଗଗୁରୁ ବାବା ରାମଦେବ ମୁସଲିମଙ୍କ ବିରୋଧରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଗୁରୁବାର ଦିନ ରାଜସ୍ଥାନର ବାରମେରରେ ଏକ ସାଧୁ ସମ୍ମିଳନୀରେ ଯୋଗ ଦେଇ ବାବା ରାମଦେବ ଉତ୍ତେଜନା ସୃଷ୍ଟିକାରୀ ଟିପ୍ପଣୀ ରଖିଛନ୍ତି।
ରାମଦେବ କହିଛନ୍ତି, ମୁସଲିମମାନେ ହିନ୍ଦୁ ମହିଳାଙ୍କୁ ଅପହରଣ କରୁଛନ୍ତି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛନ୍ତି। ଆମର ମୁସଲମାନ ଭାଇମାନେ ନମାଜ ପାଠ କରୁଛନ୍ତି। ହିନ୍ଦୁ ମହିଳାଙ୍କୁ ଅପହରଣ କରି ଏବଂ ଅନ୍ୟ ସବୁ ପ୍ରକାର ପାପରେ ଅନେକ ମୁସ୍ଲିମ ବ୍ୟକ୍ତି ସଂପୃକ୍ତ ଅଛନ୍ତି। ହିନ୍ଦୁ ଧର୍ମରେ ଏଭଳି ଅପକର୍ମର ସ୍ଥାନ ନାହିଁ। ହିନ୍ଦୁ ଧର୍ମ ଲୋକଙ୍କୁ ହିଂସାରେ ସାମିଲ ନହେବାପାଇଁ ଶିଖାଏ। ହିନ୍ଦୁ ଧର୍ମ ଲୋକଙ୍କୁ ଭଲ କାର୍ଯ୍ୟ କରିବା ଶିଖାଏ ବୋଲି ବାବା ରାମଦେବ କହିଛନ୍ତି।
Follow Us