Photo Courtesy : India Today
ପାଟନା: ପାଟନାରେ ବିରୋଧୀ ଦଳ ବୈଠକର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ହିନ୍ଦୁମାନଙ୍କର ଲୋକତନ୍ତ୍ର ଓ ସମାନତା ଉପରେ ବିଶ୍ବାସ ନାହିଁ। ବିହାର ରାଜନୀତିରେ ‘ବାବା’ ନାମରେ ପରିଚିତ ଶିବାନନ୍ଦ ନୀତୀଶ-ତେଜସ୍ବୀଙ୍କ ଅଡ଼ୁଆ ବଢ଼ାଇବା ଭଳି ବୟାନ ଦେଇଛନ୍ତି। ଏକ ନ୍ୟୁଜ୍ ଚାନେଲ ସହ କଥାବାର୍ତ୍ତା କଲାବେଳେ ସେ ହିନ୍ଦୁ ସମାଜ ଉପରେ ଆପତ୍ତିଜନକ ବୟାନ ଦେଇଥିବାରୁ ବିଜେପି ଏହାର କଡ଼ା ସମାଲୋଚନା କରିଛି।
ତିୱାରୀ କହିଛନ୍ତି, ହିନ୍ଦୁମାନଙ୍କର ଗଣତନ୍ତ୍ର ଓ ସମାନତା ଉପରେ ବିଶ୍ବାସ ନାହିଁ। ବିଜେପି କହୁଛି ହିନ୍ଦୁରାଷ୍ଟ୍ର କରିବ କିନ୍ତୁ ହିନ୍ଦୁମାନଙ୍କ ଭିତରେ ଉଚ୍ଚ-ନୀଚ ଭେଦଭାବ ରହିଛି। ଆମେ ହିନ୍ଦୁରାଷ୍ଟ୍ରର ପୂରା ବିରୋଧୀ। ବିଜେପି ହିନ୍ଦୁରାଷ୍ଟ୍ର କରିବାକୁ କହୁଥିବା ବେଳେ ସମ୍ବିଧାନ ସମାନତାର ଅଧିକାର ଦେଇଛି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି କହିଛନ୍ତି ଯେ ବିରୋଧୀ ଦଳମାନେ ଏକଜୁଟ ଅଛନ୍ତି ଏବଂ ଆମ ଭିତରେ ଏପରି ନେତା ଅଛନ୍ତି ଯିଏ ନରେନ୍ଦ୍ର ମୋଦୀଙ୍କଠାରୁ ଅଧିକ ଅନୁଭବୀ ଓ ପରିଶ୍ରମୀ।
Follow Us