ଫଟା ଜିନ୍ସ ପିନ୍ଧୁଥିବା ମହିଳା କିଭଳି ସଂସ୍କାର ଆଣିବେ ବୋଲି ପ୍ରଶ୍ନ କରି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Advertisment
ଫଟା ଜିନ୍ସ ପିନ୍ଧୁଥିବା ମହିଳା କିଭଳି ସଂସ୍କାର ଆଣିବେ ବୋଲି ପ୍ରଶ୍ନ କରି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ତାଙ୍କର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଆଜିକାଲି ମହିଳାମାନେ ଫଟା ଜିନ୍ସ ପିନ୍ଧୁଛନ୍ତି। ମୁକୁଳା ଆଣ୍ଠୁ ଦେଖାଇ ବୁଲୁଛନ୍ତି। ଏହା କିଭଳି ପ୍ରକାର ସଂସ୍କାର? ସେମାନେ ଏପରି ସଂସ୍କାର ପାଉଛନ୍ତି କେଉଁଠୁ? ଏହା ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଖରାପ ଉଦାହରଣ ଉପସ୍ଥାପିତ କରୁଛି।

ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତୀରଥ ସିଂ ରାୱତ ପିଲାମାନଙ୍କ ସଂସ୍କାରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ପିଲାମାନଙ୍କ ସଂସ୍କାର ତାଙ୍କ ଅଭିଭାବକଙ୍କ ଉପରେ ନିର୍ଭର କରେ।

ଏତଦବ୍ୟତୀତ ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଭୁ ରାମ ଏବଂ କୃଷ୍ଣଙ୍କ ସହ ତୁଳନା କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ହରିଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଭାଷଣ ଦେବା ଅବସରରେ ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଭୁ ରାମ ଏବଂ କୃଷ୍ଣଙ୍କ ସହ ସମାନ କରି ତୁଳନା କରିଥିଲେ।

ଗତ ସପ୍ତାହରେ ତ୍ରିବେନ୍ଦ୍ର ସିଂଙ୍କ ସ୍ଥାନରେ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତୀରଥ ସିଂ କହିଥିଲେ ଯେ ଭଗବାନ ରାମ ଏବଂ କୃଷ୍ଣ ସେମାନଙ୍କର ‘ଭଲ କାର୍ଯ୍ୟ’ ଦ୍ୱାରା ସମାଜରେ ପ୍ରଭାବ ପକାଇଛନ୍ତି । ଏହି କାରଣ ପାଇଁ ସେମାନଙ୍କୁ ପୂଜା କରାଯାଏ ଏବଂ ଭଗବାନର ମାନ୍ୟତା ପ୍ରଦାନ କରାଯାଇଥାଏ। ତ୍ରେତୟା ଯୁଗରେ ପ୍ରଭୁ ରାମ ଏବଂ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ମନୁଷ୍ୟ ସମାଜ ପାଇଁ କାର୍ଯ୍ୟ କରିଥିଲେ ଏବଂ ଲୋକମାନେ ସେମାନଙ୍କୁ ଭଗବାନ ଭାବରେ ପ୍ରଶଂସା ସହ ପୂଜା ମଧ୍ୟ କରିଥିଲେ।

ଏହିକ୍ରମରେ ଆଗାମୀ ଦିନରେ ପ୍ରଭୁ ରାମ ଏବଂ କୃଷ୍ଣଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। କାରଣ, ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନର ମନୁଷ୍ୟ ସମାଜ ପାଇଁ ବହୁବିଧ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe