ଆଇଟି ପ୍ୟାନେଲ ବୈଠକ ନେଇ ତୀବ୍ର ବିବାଦ: ଅନୁପସ୍ଥିତ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କଲେ ଥରୁର୍‌

Advertisment

ଥରୁର୍‌ଙ୍କୁ ହଟାଇବାକୁ ବାଚସ୍ପତିଙ୍କୁ ପତ୍ର ଲେଖିଲେ ବିଜେପି ସାଂସଦ

ଥରୁର୍‌ଙ୍କୁ ହଟାଇବାକୁ ବାଚସ୍ପତିଙ୍କୁ ପତ୍ର ଲେଖିଲେ ବିଜେପି ସାଂସଦ

ଯୋଗକୁ ଲୋକପ୍ରିୟ କରିଥିବାରୁ ମୋଦୀ ସରକାରକୁ ପ୍ରଶଂସା କଲେ ଥରୁର

The Asian Age

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଆଇଟି ଷ୍ଟାଣ୍ଡିଂ କମିଟିର ମୁଖ୍ୟ ଶଶୀ ଥରୁର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ପ୍ୟାନେଲର ବୁଧବାର ବୈଠକରେ ଯୋଗ ଦେଇନଥିବାରୁ ତିନିଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ପେଗାସସ୍ ସଫ୍ଟୱେର୍ ଗୁଇନ୍ଦାଗିରି ଅଭିଯୋଗ ଉପରେ ଆଲୋଚନା ପାଇଁ ଆଇଟି ପ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ଟେଲିକମ୍ ବିଭାଗର ଅଧିକାରୀମାନଙ୍କୁ ନାଗରିକ ଡାଟା ସୁରକ୍ଷା ଏବଂ ଗୋପନୀୟତା ବିଷୟରେ ଆଲୋଚନା କରିବାକୁ ଡକାଇଥିଲେ। ଏହି ୩ ବିଭାଗର ଅଧିକାରୀ ବୈଠକକୁ ଆସିନଥିଲେ କି ସହଯୋଗ କରିନଥିଲେ ବୋଲି ଥରୁର ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଆଇଟି ଷ୍ଟାଣ୍ଡିଂ କମିଟିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଜେପି ସାଂସଦମାନେ ତୁରନ୍ତ କମିଟି ସଭାପତି ପଦରୁ ଥରୁରଙ୍କୁ ହଟାଇବାକୁ ଦାବି କରି ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe