ମନିଷଙ୍କ ୨୬/୧୧ ମନ୍ତବ୍ୟକୁ ନେଇ ବିବାଦ: ‘ସଂଯମ ଦୁର୍ବଳତାର ଲକ୍ଷଣ’

Advertisment
ମନିଷଙ୍କ ୨୬/୧୧ ମନ୍ତବ୍ୟକୁ ନେଇ ବିବାଦ: ‘ସଂଯମ ଦୁର୍ବଳତାର ଲକ୍ଷଣ’

ନୂଆଦିଲ୍ଲୀ: ସଲମାନ ଖୁର୍ସିଦ ତାଙ୍କ ପୁସ୍ତକରେ ହିନ୍ଦୁତ୍ବ ଓ ଇସଲାମିକ୍ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ତୁଳନା କରି ବିବାଦ ସୃଷ୍ଟି କରିଥିବା ବେଳେ ଆଉ ଜଣେ କଂଗ୍ରେସ ଏମ୍‌ପି ମନିଷ ତିୱାରି ତାଙ୍କର ନୂତନ ପୁସ୍ତକରେ ୨୬/୧୧ ପରେ ତତ୍‌କାଳୀନ କଂଗ୍ରେସ ସରକାରର ନିଷ୍କ୍ରିୟତାକୁ ସମାଲୋଚନା କରି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ଶାସକ ବିଜେପି କଂଗ୍ରେସ ଓ ଖୁର୍ସିଦଙ୍କୁ ତା‌ଙ୍କ ପୁସ୍ତକ ପାଇଁ କଟୁ ସମାଲୋଚନା କରିଥିବା ବେଳେ ତିୱାରିଙ୍କ ପୁସ୍ତକକୁ କଂଗ୍ରେସର ବିଫଳତାର ସ୍ବୀକାରୋକ୍ତି ବୋଲି ଦର୍ଶାଇଛି। ବିଜେପିର ଗୌରବ ଭାଟିଆ କହିଛନ୍ତି, ତିୱାରି ପୁସ୍ତକରେ ଯାହା ଲେଖିଛନ୍ତି, ସେଥିରୁ କଂଗ୍ରେସର ସତଟା ପଦାକୁ ବାହାରିପଡ଼ିଛି। ଏହାଦ୍ବାରା କଂଗ୍ରେସ ନିଜ ବିଫଳତାକୁ ସ୍ବୀକାର କରିଛି ବୋଲି ସେ କହିଛନ୍ତି।

ଭାଟିଆ କହିଛନ୍ତି: ତିୱାରିଙ୍କ ପୁସ୍ତକର ସାରମର୍ମ ହେଉଛି, ସଂଯମକୁ ଦୁର୍ବଳତା ବୋଲି ବିବେଚନା କରାଯାଇପାରେ। ୨୬/୧୧ ଆକ୍ରମଣ ଘଟଣା ପରେ ଭାରତ ଚୁପ୍ ନ ବସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଥିଲା। ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ, କଂଗ୍ରେସ ସରକାର ନିଷ୍ଠାପର ନ ଥିଲା କିମ୍ବା ଜାତୀୟ ସୁରକ୍ଷା ପରି ପ୍ରସଙ୍ଗ ଉପରେ ବି ସେମାନେ ଗୁରୁତ୍ବ ଦେଉ ନ ଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଏବେ ସେମାନଙ୍କ ନିରବତା ଭାଙ୍ଗନ୍ତୁ ବୋଲି ସେ କହିଛନ୍ତି। ଭାରତର ବୀର ସୈନିକମାନଙ୍କୁ ସେତେବେଳେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାହିଁକି ଅନୁମତି ଓ ସ୍ବାଧୀନତା ଦିଆଯାଇ ନ ଥିଲା, ସୋନିଆ ତା’ର ଉତ୍ତର ଦେବାକୁ ଭାଟିଆ ଦାବି କରିଛନ୍ତି।

ଏହାପରେ ତିୱାରି କହିଛନ୍ତି ଯେ ତାଙ୍କର ୩୦୪ ପୃଷ୍ଠାର ବହିରୁ କେଇ ଧାଡ଼ି ନେଇ ବିଜେପି ଯେପରି ପ୍ରତିକ୍ରିୟା ପ୍ରକାଶ କରୁଛି, ସେଥିରୁ ସେ ମଜା ଉଠାଉଛନ୍ତି। ବିଜେପି ସରକାରର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଯେପେରି କଡ଼ା ବିଶ୍ଳେଷଣ କରାଯାଇଛି, ତାକୁ ନେଇ ବିଜେପି ପ୍ରତିକ୍ରିୟା ପ୍ରକାଶ କରିପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ତିୱାରିଙ୍କ ପୁସ୍ତକଟି ହେଉଛି ‘୧୦ ଫ୍ଲାଶ୍ ପଏଣ୍ଟ୍‌ସ: ୨୦ ଇୟର୍ସ - ନ୍ୟାସନାଲ ସିକ୍ୟୁରିଟି ସିଚୁଏସନ୍ସ ଦ୍ୟାଟ୍ ଇମ୍ପାକ୍ଟେଡ୍ ଇଣ୍ଡିଆ’। ଗତ କୋଡ଼ିଏ ବର୍ଷ ଭିତରେ ଭାରତ ସମ୍ମୁଖୀନ ହେଉଥିବା ବିଭିନ୍ନ ସୁରକ୍ଷା ସମସ୍ୟା ଉପରେ ଏଥିରେ ଆଲୋଚନା କରାଯାଇଛି। ୨୬/୧୧ ବମ୍ବେ ଆକ୍ରମଣ ପରେ ଭାରତ କିଛି ବଡ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଏହାକୁ ଭାରତର ଦୁର୍ବଳତା ବୋଲି ତିୱାରି ମତ ଦେଇଥିଲେ। ଆଉ ଜଣେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ତାଙ୍କର ବଡ଼ଭାଇ କହି ସମାଲୋଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe