ରାହୁଲଙ୍କ ମୁସ୍‌ଲିମ ଲିଗ୍‌ ବୟାନକୁ ନେଇ ବିବାଦ

ଆଦାନି ପ୍ରସଙ୍ଗରେ ରାହୁଲଙ୍କ ସାନି ଆକ୍ରମଣ: ଜାତୀୟ ସୁରକ୍ଷା ସହ ସାଲିସ କାହିଁକି?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ଅଫ ମୁସଲିମ ଲିଗ୍‌)କୁ ଧର୍ମନି‌ରପେକ୍ଷ ଦଳ କହିଛନ୍ତି। ୱାସିଂଟନରେ ନ୍ୟାସନାଲ ପ୍ରେସ କ୍ଲବ୍‌ରେ ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ରାହୁଲଙ୍କୁ କେରଳରେ ତାଙ୍କ ଦଳର ଆଇୟୁଏମଏଲ୍‌ ସହ ମେଣ୍ଟ ସଂକ୍ରାନ୍ତରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ରାହୁଲ ଗାନ୍ଧି କହିଥିଲେ, ମୁସଲିମ ଲିଗ୍‌ ହେଉଛି ସମ୍ପୂର୍ଣ୍ଣ ଭାବେ ଏକ ଧର୍ମନିରପେକ୍ଷ ଦଳ। କିନ୍ତୁ ରାହୁଲ ଗାନ୍ଧିଙ୍କ ଏହି ଟିପ୍ପଣୀକୁ ବିଜେପି କଡ଼ା ବିରୋଧ କରିଛି। ରାହୁଲଙ୍କ ଟିପ୍ପଣୀକୁ ବିଜେପି ଦୁର୍ଭାଗ୍ୟଜନକ କହିଛି। କେନ୍ଦ୍ରମନ୍ତ୍ରୀ କି‌ରେନ ରିଜିଜୁ କହିଛନ୍ତି, ଜିନ୍ନାଙ୍କ ମୁସଲିମ ଲିଗ୍‌ କ’ଣ ଏକ ଧର୍ମନିରପେକ୍ଷ ଦଳ? ଧାର୍ମିକ ଆଧାରରେ ଭାରତର ବିଭାଜନ ପାଇଁ ଦାୟୀ ଥିବା ଦଳ ଏକ ଧର୍ମନିରପେକ୍ଷ ଦଳ କିଭଳି ହୋଇପାରିବ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ରାହୁଲ ଗାନ୍ଧିଙ୍କ ଟିପ୍ପଣୀକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ପାଠକ କହିଛନ୍ତି, ବିଦେଶ ମାଟିରେ ଦେଶର ଅପମାନକୁ ଭାରତର ଲୋକମାନେ କେବେ ବି ଗ୍ରହଣ କରିପାରିବେ ନାହିଁ। ରିଜିଜୁଙ୍କ ଟିପ୍ପଣୀକୁ ଦୋହରାଇ ବିଜେପି ମୁଖପାତ୍ର ଅମିତ ମାଲବୀୟ କହିଛନ୍ତି, ରାହୁଲ ଗାନ୍ଧି କେବଳ ୱାୟନାଡ଼ରେ କ୍ଷମତା‌ ବଜାୟ ରଖିବାପାଇଁ ମୁସଲିମ ଲିଗ୍‌କୁ ଧର୍ମନିରପେକ୍ଷ ଦଳ କହିଛନ୍ତି। ତେବେ କଂଗ୍ରେସ ନେତା ପୱନ ଖେଡ଼ା ଏହାର ଜବାବ ଦେଇ କହିଛନ୍ତି ଯେ ଜିନ୍ନାଙ୍କ ମୁସଲିମ ଲିଗ୍‌ ଏବଂ ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍‌) ହେଉଛି୨ଟି ଭିନ୍ନ ଦଳ ଏବଂ ବିଜେପି ନେତାମାନେ ସେମାନଙ୍କ ଅଜ୍ଞତା ଯୋଗୁଁ ଏହା ବୁଝିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe