ବଦଲାପୁର ଏନକାଉଣ୍ଟର ନେଇ ବିବାଦ ତେଜିଲା: ‘ହାତକଡ଼ି ପିନ୍ଧି ଅଭିଯୁକ୍ତ ଗୁଳି ଚଳାଇଲା କେମିତି?’

Advertisment

ପୁଲିସ ହେପାଜତରେ ବଦଲାପୁର ସ୍କୁଲ ଯୌନ ନିର୍ଯାତନା ଅଭିଯୁକ୍ତର ମୃତ୍ୟୁ ଘଟଣା ଶାସକ ମହାଯୁତି ସରକାର ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ କଳହ ସୃଷ୍ଟି କରିଛି। ଉକ୍ତ ଅନୁଷ୍ଠାନ ଜଣେ ବିଜେପି ନେତାଙ୍କ ମାଲିକାନାରେ ଥିବାରୁ ଏହା ପ୍ରମାଣ ନଷ୍ଟ କରିବାର ଏକ ଉଦ୍ୟମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ପୁଲିସ ହେପାଜତରେ ବଦଲାପୁର ସ୍କୁଲ ଯୌନ ନିର୍ଯାତନା ଅଭିଯୁକ୍ତର ମୃତ୍ୟୁ ଘଟଣା ଶାସକ ମହାଯୁତି ସରକାର ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ କଳହ ସୃଷ୍ଟି କରିଛି। ଉକ୍ତ ଅନୁଷ୍ଠାନ ଜଣେ ବିଜେପି ନେତାଙ୍କ ମାଲିକାନାରେ ଥିବାରୁ ଏହା ପ୍ରମାଣ ନଷ୍ଟ କରିବାର ଏକ ଉଦ୍ୟମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

gjgdjgjgdj

ପୁଣେ: ପୁଲିସ ହେପାଜତରେ ବଦଲାପୁର ସ୍କୁଲ ଯୌନ ନିର୍ଯାତନା ଅଭିଯୁକ୍ତର ମୃତ୍ୟୁ ଘଟଣା ଶାସକ ମହାଯୁତି ସରକାର ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ କଳହ ସୃଷ୍ଟି କରିଛି। ଉକ୍ତ ଅନୁଷ୍ଠାନ ଜଣେ ବିଜେପି ନେତାଙ୍କ ମାଲିକାନାରେ ଥିବାରୁ ଏହା ପ୍ରମାଣ ନଷ୍ଟ କରିବାର ଏକ ଉଦ୍ୟମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତଲୋଜା ଜେଲରୁ ବଦଲାପୁର ନିଆଯାଉଥିବା ବେଳେ ପୁଲିସ ଗୁଳିରେ ଅକ୍ଷୟ ସିନ୍ଦେଙ୍କ ମୃତ୍ୟୁ ଘଟଣା ମହାରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି।

ପୁଲିସ କହିଛି ଯେ ଅଭିଯୁକ୍ତକୁ ଏକ ଗାଡ଼ିରେ ନିଆଯାଉଥିବା ବେଳେ ସେ ସହକାରୀ ପୁଲିସ ଇନ୍ସପେକ୍ଟର ନୀଲେଶ ମୋରେଙ୍କ ପିସ୍ତଲ ଛଡ଼ାଇ ଏସ୍କର୍ଟିଂ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା, ଯେଉଁଥିରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ବଦଲାପୁର ସ୍କୁଲ ସୁଇପର ସିନ୍ଦେ ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ 
ନିହତ ହୋଇଥିଲା।

ଏହି ଘଟଣା ଉପରେ ପ୍ରଶ୍ନ ଉଠାଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ଯେ ଜଣେ ହାତକଡ଼ି ପିନ୍ଧିଥିବା ବ୍ୟକ୍ତିଙ୍କ ପାଇଁ ଗୁଳି ଚଳାଇବା ସମ୍ଭବ ନୁହେଁ। ଯେତେବେଳେ ଅକ୍ଷୟ ସିନ୍ଦେର ଉଭୟ ହାତ ବାନ୍ଧି ଦିଆଯାଇଥିଲା, ସେ କେମିତି ଗୁଳି ଚଳାଇଲା? ସମ୍ପୃକ୍ତ ବିଦ୍ୟାଳୟର ମାଲିକ ହେଉଛନ୍ତି ଜଣେ ବିଜେପି ନେତା। ଏହି ଘଟଣାକୁ ଘୋଡ଼େଇବା ପାଇଁ ଆରମ୍ଭରୁ ଚେଷ୍ଟା କରାଯାଉଥିଲା ଏବଂ ଏନକାଉଣ୍ଟର ଦ୍ୱାରା ମାମଲାକୁ ବନ୍ଦ କରି ଦିଆଯାଇଛି। ଏହି ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ହେବା ଦରକାର ବୋଲି ଦେଶମୁଖ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପିତାମାତା ମଧ୍ୟ ପୁଲିସର ବୟାନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ସ୍ୱରୂପ ସିନ୍ଦେଙ୍କୁ ହତ୍ୟା କରାଯାଇଛି।

ମୋ ପୁଅ ବାଣ ଫୁଟାଇବାକୁ ଡରୁଥିଲା। ସେ କିପରି ପୁଲିସ ଉପରକୁ ଗୁଳି ଚଳାଇପାରିବ ବୋଲି ଅଭିଯୁକ୍ତଙ୍କ ମା' ଅଳକା ସିନ୍ଦେ କହିଛନ୍ତି। ବିରୋଧୀ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଶାସକ ମହାୟୁତି କହିଛି ଯେ ସେହି ନେତାମାନେ ପୂର୍ବରୁ ଅକ୍ଷୟ ସିନ୍ଦେକୁଫାଶୀ ଦେବାକୁ ଦାବି କରିଥିଲେ। ଆଜି ସେମାନେ ସେହି ଅଭିଯୁକ୍ତକୁ ସମର୍ଥନ କରୁଛନ୍ତି ଓ ତାଙ୍କ ସପକ୍ଷରେ କହୁଛନ୍ତି ବୋଲି ଶିବସେନା ସାଂସଦ ନରେଶ ମହାସ୍କେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe