ଧର୍ମାନ୍ତରୀକରଣ ଓ ନିକାହ: ପାକିସ୍ତାନରେ ୧୫ ବର୍ଷୀୟା ହିନ୍ଦୁ ବାଳିକା ଅପହୃତ

Advertisment

ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଅପହରଣ, ଧର୍ମାନ୍ତରୀକରଣ ଓ ବଳପୂର୍ବକ ବିବାହ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ସାଂଘରରେ ଜଣେ ୧୫ ବର୍ଷୀୟା ହିନ୍ଦୁ ବାଳିକାଙ୍କୁ ଅପହରଣ କରିନେବା ପରେ ଜଣେ ୫୦ ବର୍ଷୀୟ ମୁସଲିମ୍‌ ବ୍ୟକ୍ତି ସହ ନିକାହ କରାଯାଇଛି।

ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଅପହରଣ, ଧର୍ମାନ୍ତରୀକରଣ ଓ ବଳପୂର୍ବକ ବିବାହ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ସାଂଘରରେ ଜଣେ ୧୫ ବର୍ଷୀୟା ହିନ୍ଦୁ ବାଳିକାଙ୍କୁ ଅପହରଣ କରିନେବା ପରେ ଜଣେ ୫୦ ବର୍ଷୀୟ ମୁସଲିମ୍‌ ବ୍ୟକ୍ତି ସହ ନିକାହ କରାଯାଇଛି।

00

OpIndia

କରାଚୀ: ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଅପହରଣ, ଧର୍ମାନ୍ତରୀକରଣ ଓ ବଳପୂର୍ବକ ବିବାହ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ସାଂଘରରେ ଜଣେ ୧୫ ବର୍ଷୀୟା ହିନ୍ଦୁ ବାଳିକାଙ୍କୁ ଅପହରଣ କରିନେବା ପରେ ଜଣେ ୫୦ ବର୍ଷୀୟ ମୁସଲିମ୍‌ ବ୍ୟକ୍ତି ସହ ନିକାହ କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ ‘ପାକିସ୍ତାନ ଦରୱାର ଇତ୍‌ହାଦ୍‌’ର ଅଧ୍ୟକ୍ଷ ଶିବ କଚ୍ଛି କହିଛନ୍ତି,  ରବିବାର ନାବାଳିକାଙ୍କୁ ଅପହରଣ କରିବା ପରେ ବଳପୂର୍ବକ ଧର୍ମପରିବର୍ତ୍ତନ କରାଯାଇଥିଲା।  ଏହି ସମସ୍ତ ବେଆଇନ କାର୍ଯ୍ୟକୁ ଆଇନତଃ ସିଦ୍ଧ କରିବାକୁ ଅପହରଣକାରୀଙ୍କ ପକ୍ଷରୁ ଦୁର୍ନୀତିଖୋର୍‌ ପୁଲିସ କର୍ମଚାରୀଙ୍କ ସହାୟତାରେ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଛି।  ବାଳିକାଙ୍କ ବୟସ ୨୦ ବର୍ଷ ଓ ସେ ସ୍ବେଚ୍ଛାରେ ଧର୍ମ ପରିବର୍ତ୍ତନ କରିଛନ୍ତି ବୋଲି ଜାଲ ଦସ୍ତାବିଜରେ ଉଲ୍ଲେଖ କରାଯାଇଛି। ଅନ୍ୟ ଏକ ଘଟଣାକ୍ରମେ, ମିରପୁରଖା ଅଧୀନ କୋଟ ଘୁଲାମ୍‌ ମହମ୍ମଦ ଗାଁରୁ ଏକ ୧୦ ବର୍ଷୀୟା ବାଳିକାକୁ ତାଙ୍କ ଘର ବାହାରୁ ଅପହରଣ କରିନିଆଯାଇଥିଲା।  ଏହାପରେ ବାଳିକାର ଧର୍ମ ପରିବର୍ତ୍ତନ କରାଯାଇ ସାହିଦ ତଲପୁର ନାମକ ଜଣେ ଯୁବକ ସହ ନିକାହ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe