Sangbad Pratidin
କୋଲକାତା: ପଶ୍ଚିମବଙ୍ଗରେ ଏବେ ଚାଲିଛି ବିଧାନସଭା ନିର୍ବାଚନ। ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଗାମୀ ପର୍ଯ୍ୟାୟ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ତେବେ ପ୍ରଚାର ବେଳେ ଆଜି ବିଜେପି ପ୍ରାର୍ଥୀ ପର୍ଣ୍ଣୋ ମିତ୍ରାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ୨୪ଘଣ୍ଟା ତଳେ ଜୀବନ ପ୍ରତି ବିପଦ ଥିବା କହିଥିଲେ ପର୍ଣ୍ଣୋ। ବାରାନଗରରୁ ଲଢ଼ୁଥିବା ପର୍ଣ୍ଣୋଙ୍କ ଉପରେ ଆକ୍ରମଣ ହେବା ପରେ ଏ ନେଇ ଟିଏମସିକୁ ଦାୟୀ କରିଛନ୍ତି ସେ।
ଆକ୍ରମଣ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ସେମାନେ ମୋତେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସେମାନେ ମୋ ଗାଡି ଭିତରକୁ ମଧ୍ୟ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୋର କର୍ମଚାରୀମାନେ ମୋତେ ସୁରକ୍ଷା ଦେଉଥିବାରୁ ସେମାନେ ମୋତେ ଧରି ପାରି ନଥିଲେ।
India Todayଏଥିସହିତ ପର୍ଣ୍ଣୋ ମିତ୍ରା କହିଥିଲେ ଯେ, ମୁଁ ବଙ୍ଗଳା ଚଳଚ୍ଚିତ୍ରର ଜଣେ ଷ୍ଟାର। କିନ୍ତୁ ଜଣେ ବିଜେପି କର୍ମୀ ଭାବରେ ମୁଁ ମୋ ଜୀବନକୁ ନେଇ ଭୟ କରୁଛି। ହେଲେ ମୁଁ ପ୍ରତିଦିନ ସେହି ଭୟକୁ ଦୂର କରି ସୁନାର ବଙ୍ଗଳା ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ବପ୍ନକୁ ପୂରଣ କରିବା ପାଇଁ ଲୋକମାନଙ୍କୁ ଭେଟିବାକୁ ବାହାରିଛି।
Follow Us