ହିଂସା ପାଇଁ ଦାୟୀ କିଏ? ବିଜେପି କହିଲା ମମତା ଉସୁକାଇଥିଲେ, ଟିଏମସି କହିଲା ବିଜେପି କରିଛି ହତ୍ୟା

ହିଂସା ପାଇଁ ଦାୟୀ କିଏ? ବିଜେପି କହିଲା ମମତା ଉସୁକାଇଥିଲେ, ଟିଏମସି କହିଲା ବିଜେପି କରିଛି ହତ୍ୟା

କୋଲକାତା: ଆଜି ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲ୍ଲା ଅନ୍ତର୍ଗତ ସୀତଲକୁଚି ମତଦାନ ବୁଥ ବାହାରେ ସଂଘର୍ଷ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ୪ଜଣ ବ୍ୟକ୍ତି ଟିଏମସି କର୍ମୀ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଏବେ ଏହି ଘଟଣାକୁ ନେଇ ପରସ୍ପରକୁ ଦାୟୀ କରିଛନ୍ତି ବିଜେପି-ଟିଏମସି। ୪ଜଣଙ୍କ ହତ୍ୟା ପାଇଁ ଟିଏମସି ବିଜେପିକୁ ଦାୟୀ କରିଥିବା ବେଳେ ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉସୁକାଇଥିବା କହିଛି ବିଜେପି।

ଟିଏମସି ମୁତାବକ, ନିର୍ବାଚନ ଆୟୋଗ ହିଂସାକୁ ସହଜ କରିବାରେ ସାହାଯ୍ୟ କରିଥିଲେ। ଏହି ହିଂସା ଭାରତୀୟ ଜନତା ପାର୍ଟି ଦ୍ବାରା ପ୍ରାୟୋଜିତ ଏବଂ କେନ୍ଦ୍ରୀୟ ବାହିନୀ ଦ୍ବାରା କାର୍ଯ୍ୟକାରୀ ହୋଇଛି ବୋଲି ଟିଏମସି ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିଜେପି କହିଛି ଯେ, ମମତା ବାନାର୍ଜୀ ନିଜ ଭାଷଣରେ ଲୋକଙ୍କୁ ହିଂସା ପାଇଁ ଉସୁକାଇଥିଲା। କେନ୍ଦ୍ରୀୟ ବାହିନୀକୁ ଘେରାଉ କରିବାକୁ ନିଜ ଭାଷଣରେ କହିଥିଲେ ଦିଦି, ଯାହା ପାଇଁ ଏଭଳି ହିଂସା ଆରମ୍ଭ ହୋଇଥିଲା।

कोच बिहार में बूथ के अंदर हिंसा के बाद का नजारा aajtak

ତେବେ ଟିଏମସି ହିଂସା ପାଇଁ ବିଜେପିକୁ ଦାୟୀ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe