COP 30 summit: ସିଓପି ୩୦ ସମ୍ମିଳନୀ; ୨୦୭୦ ସୁଦ୍ଧା ଭାରତ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ କରିବ: ଭୂପେନ୍ଦ୍ର

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବ୍ରାଜିଲର ବେଲେମରେ ଆୟୋଜିତ ହେଉଥିବା ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ (ସିଓପି ୩୦)ର ସପ୍ତମ ଦିନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଭାରତର  ବିବୃତି ଉପସ୍ଥାପନ କରିଛନ୍ତି।

sfhfshshfxvb

Photograph: (ThePrint)

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବ୍ରାଜିଲର ବେଲେମରେ ଆୟୋଜିତ ହେଉଥିବା ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ (ସିଓପି ୩୦)ର ସପ୍ତମ ଦିନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଭାରତର  ବିବୃତି ଉପସ୍ଥାପନ କରିଛନ୍ତି। ଭୂପେନ୍ଦ୍ର ଯାଦବ କହିଛନ୍ତି, ମୁଁ ଆମାଜନ ହୃଦୟର ଗଭୀରତମ ପ୍ରଦେଶରେ ଛିଡ଼ା ହୋଇ ସମସ୍ତଙ୍କୁ ଜଣାଇଦେଉଛି ଯେ ଆମ ଗ୍ରହର ପରିସଂସ୍ଥାନ ହେଉଛି ଆମ ସମ୍ପତ୍ତିର ଏକ ଜୀବନ୍ତ ପ୍ରତୀକ। ସିଓପି ୩୦ ପ୍ରତିବଦ୍ଧତାକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବା ସହିତ ପ୍ରତିଶ୍ରୁତିଗୁଡ଼ିକୁ ସଫଳତାର ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଜଳବାୟୁ ପରିବର୍ତ୍ତନ ଜନିତ ବିପଦକୁ ନିୟନ୍ତ୍ରଣ କରିବାକୁ ବିକଶିତ ଦେଶଗୁଡ଼ିକ ସେମାନଙ୍କର ମହତ୍ୱାକାଂକ୍ଷା ବୃଦ୍ଧି କରିବା ଆବଶ୍ୟକ ଏବଂ ବିଗତ ବର୍ଷଗୁଡ଼ିକରେ ସେମାନେ ଦେଇଥିବା ପ୍ରତିଶ୍ରୁତିର ପୂରଣ କରିବାକୁ ସେ ଅନୁରୋଧ କରିଥିଲେ। ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ବର୍ତ୍ତମାନର ସମୟସୀମା ତୁଳନାରେ ଯଥାଶୀଘ୍ର ଶୂନ୍ୟ ନିର୍ଗମନ ହାସଲ କରିବା ଉଚିତ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ ଯାଦବ କହିଥିଲେ, ବିଶ୍ୱ ଜଳବାୟୁ ପ୍ରଯୁକ୍ତି ସହାୟତା ସୁଲଭ ହେବା ସହିତ ସମସ୍ତଙ୍କ ପାଇଁ ପହଞ୍ଚ ହେବା ଏବଂ ଏହା ପ୍ରତିବନ୍ଧକ ପୂର୍ଣ୍ଣ ବୌଦ୍ଧିକ ସମ୍ପତ୍ତିର ନିୟନ୍ତ୍ରଣରୁ ମୁକ୍ତ ହେବା ଆବଶ୍ୟକ। ଏହା ହୋଇପାରିଲେ ସବୁ ଦେଶ ଉପକୃତ ହୋଇପାରିବେ।

ଭାରତର ନିଜସ୍ୱ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରି ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କିପରି ଏକାଧାରରେ ବିକାଶ ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକାରୀ କରାଯାଇ ପ୍ରଗତି ହାସଲ କରିପାରିବ ଭାରତ ତା’ର ଉଦାହରଣ ପାଲଟିଛି। ୨୦୦୫ ପରଠାରୁ ଭାରତର ନିର୍ଗମନ ତୀବ୍ରତା ୩୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଅଣଜୀବାଶ୍ମ ଉତ୍ସରୁ ବର୍ତ୍ତମାନ ଭାରତ ନିଜର ବିଦ୍ୟୁତ ଶକ୍ତି ସ୍ଥାପିତ କ୍ଷମତା (ପ୍ରାୟ ୨୫୬ ଗିଗାୱାଟ)ର ୨୦୩୦ ଧାର୍ଯ୍ୟ ଲକ୍ଷ୍ୟକୁ ପାଞ୍ଚ ବର୍ଷ ପୂର୍ବରୁ ହାସଲ କରିଛି। ଭାରତ ୨୦୩୫ ପର୍ଯ୍ୟନ୍ତ ଏହାର ସଂଶୋଧିତ ଜାତୀୟ ନିର୍ଦ୍ଧାରିତ ଯୋଗଦାନ (ଏନ୍‌ଡିସି) ଏବଂ ଏହାର ପ୍ରଥମ ଦ୍ୱିବାର୍ଷିକ ପାରଦର୍ଶିତା ରିପୋର୍ଟ ଠିକ୍ ସମୟରେ ଦାଖଲ କରିବ ବୋଲି ସେ  ପ୍ରତିଶ୍ରୁତି ଦେଇଛନ୍ତି। 

 ପରମାଣୁ  ଏବଂ ସବୁଜ ଉଦଜାନ ମିସନ୍‌ରୁ ଭାରତ କିପରି ନିଜର ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି ଏବଂ  ୨୦୭୦ ସୁଦ୍ଧା କିମ୍ବା ହୁଏତ ଏହା ପୂର୍ବରୁ ମଧ୍ୟ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ଯାଦବ ଆଲୋକପାତ କରିଥିଲେ। ଅଙ୍ଗାରକ ଶୋଷକ ସଂରକ୍ଷଣ ପ୍ରୟାସ ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଥିଲେ, ବିଶ୍ୱ ସମୁଦାୟଙ୍କ ନେତୃତ୍ୱରେ କରାଯାଇଥିବା ପ୍ରୟାସ ଯୋଗୁଁ ମାତ୍ର ୧୬ ମାସ ମଧ୍ୟରେ ସାରା ଦେଶରେ ୨୦୦ କୋଟିରୁ ଅଧିକ ବୃକ୍ଷରୋପଣ କରାଯାଇଛି। ଯାହାକି ସାମୂହିକ ଜଳବାୟୁ ପରିବର୍ତ୍ତନ ଜନିତ ବିପଦକୁ ପ୍ରତିହତ କରିବାରେ ଗୋଟିଏ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିପାରିବ‌ା ‌ନେଇ ଏକ ଉଦାହରଣ ସୃଷ୍ଟି କରିଛି।  ଆଗାମୀ ଦଶନ୍ଧିକୁ କାର୍ଯ୍ୟକ୍ରମର ପରିଚାଳନା, ନମନୀୟତା ଏବଂ ସହଭାଗିତା ଭିତ୍ତିରେ ଦାୟିତ୍ବ ପାଳନ କରିବାକୁ ସେ ବିଶ୍ୱ ସମୁଦାୟକୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe