ପୁଲିସକୁ ଆତଙ୍କବାଦୀଙ୍କ ଗୁଳି

ପୁଲିସକୁ ଆତଙ୍କବାଦୀଙ୍କ ଗୁଳି

outlook

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜଣେ ପୁଲିସକୁ ଗୁଳି କରିଛନ୍ତି। ଜାମ୍ମୁ କଶ୍ମୀରର ଅନନ୍ତ ନାଗ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁତର କନଷ୍ଟେବଳ ହେଲେ ଫିରଡସ ଅହମ୍ମଦ। ଶ୍ରୀଗୁଫୱାରାର ହୁଗାମ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ସେ ଥିବାବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଅଚାନକ ଗୁଳି କରିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀଗୁଫୱାରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆର୍ମିର ଶ୍ରୀନଗରରେ ଥିବା ୯୨ ବେସ ହସ୍ପିଟାଲକୁ ରେଫର କରାଯାଇଛି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଖାନତାଲାସ ଜାରି ରହିଛି ବୋଲି ଜାମ୍ମୁ କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe