ଗିରଫ ହେଲେ ଏସ୍‌ଡିଏମ୍‌ଙ୍କୁ ଚାପୁଡ଼ା ମାରିଥିବା ସ୍ବାଧୀନ ପ୍ରାର୍ଥୀ

ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି।

arrested

ଜୟପୁର: ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି। ପୂର ଘଟଣାଟି ଭିଡିଓରେରେ କ୍ୟାପ୍‌ଚର ହୋଇଥିବା ବେଳେ ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ପୁଲିସ୍‌ ଏବେ ଅଭିଯୁକ୍ତ ରଜନେତାଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି। ତେବେ ରାଜନେତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ‌ ଲୋକ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। 

ଜାଣିବାକୁ ମିଳିଛି ଯେ ମତଦାନ ବେଳେ ଏସଡିଏମଙ୍କୁ ଘୋଷାଡି ଆଣି ମାଡ଼ ମାରିଥିଲେ ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା। ରାଜସ୍ଥାନର ସମରବତା ମତଦାନ କେନ୍ଦ୍ରରେ ଘଟିଛି ଏହି ଘଟଣା ଘଟିଥିଲା। 

ସୂଚନାନୁସାରେ, ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା ଜଣେ ଏସଡିଏମଙ୍କୁ ଚାପୁଡ଼ା ମାରିଥିଲେ। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ନରେଶ ମୀନା ମତଦାନ ବୁଥରେ ପ୍ରବେଶ କରି ନିର୍ବାଚନ ପ୍ରୋଟୋକଲ ଉପରେ ନଜର ରଖିବାକୁ ମୁତୟନ ହୋଇଥିବା ଏସଡିଏମ ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରୁଛନ୍ତି। ଏହା ଦେଖି ପୁଲିସ ତାଙ୍କୁ ଅଟକାଉଛି।

ଏହି ଘଟଣା ପରେ ନିଜର ପ୍ରତିକ୍ରିୟା ଦେଇ ମୀନା କହିଛନ୍ତି, ଏଠାରେ ମୁତୟନ ହୋଇଥିବା ଏସଡିଏମ ତାଙ୍କର ତିନି ଜଣ ଲୋକଙ୍କୁ ଆଣି ମତଦାନ କରାଇଥିଲେ। ମୁଁ ଲୋକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ମୋତେ ଭୋଟ୍ ଦେଇ ଏହାର ଜବାବ ଦିଅନ୍ତୁ।

ଉଲ୍ଲେଖଯୋଗ୍ୟ, ନରେଶ ମୀନା କଂଗ୍ରେସ ନେତା ଥିଲେ । ହେଲେ ଉପନିର୍ବାଚନ ପାଇଁ କଂଗ୍ରେସ ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀରୁ କସ୍ତୁର ଚନ୍ଦ ମୀନାଙ୍କୁ ପ୍ରାର୍ଥୀ କରିବାରୁ ନରେଶ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ଏହା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe