ଔରଙ୍ଗାବାଦ ଦଙ୍ଗା ଭିଡିଓ: ଉତ୍ତ୍ୟକ୍ତ ଜନତାଙ୍କ ସହ ପୁଲିସ ସାମିଲ

Advertisment
ଔରଙ୍ଗାବାଦ ଦଙ୍ଗା ଭିଡିଓ: ଉତ୍ତ୍ୟକ୍ତ ଜନତାଙ୍କ ସହ ପୁଲିସ ସାମିଲ

ଔରଙ୍ଗାବାଦ: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ସହରରେ ବ୍ୟାପିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ପୁଲିସ କର୍ମଚାରୀ ସାମିଲ ହୋଇଥିବା ଘଟଣାର ତଦନ୍ତାଦେଶ ଦେଇଛି ପୁଲିସ। ଗାଡ଼ି ଓ ଘର ପୋଡୁଥିବା ଦଙ୍ଗାକାରୀଙ୍କ ସହ ପୁଲିସ ସାମିଲ ହୋଇଥିବା କଥା ଭିଡିଓରେ ଦେଖାଯାଇଛି।

ରାସ୍ତାପାର୍ଶ୍ୱର କୌଣସି ଏକ ଘରର ଝରକାରୁ ରେକର୍ଡ କରାଯାଇଥିବା ଏହି ୯ ମିନିଟିଆ ଭିଡିଓ କ୍ଲିପ୍‌ ଶନିବାର ପାହାନ୍ତା ପହରରେ ସୁଟିଙ୍ଗ୍‌ କରାଯାଇଥିବା ଅନୁମାନ କରାଯାଉଛି। ସେଥିରେ ସ୍ପଷ୍ଟ ଦେଖା ଯାଉଛି ଯେ ଗାଡ଼ି ପୋଡ଼ିବା ପାଇଁ କିଛି ସାମଗ୍ରୀ ଧରି ଯାଉଥିବା ଦଙ୍ଗାକାରୀମାନଙ୍କ ସହ ପ୍ରାୟ ୧୦ ଜଣ ପୁଲିସବାଲା ଯାଉଛନ୍ତି।

ସହରରେ ଇଣ୍ଟର୍‌ନେଟ୍‌ ସେବା ସ୍ଥଗିତ ରଖାଯାଇଥିବାରୁ ଫୁଟେଜ୍‌ଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇନାହିଁ। ଔରଙ୍ଗାବାଦ ପୁଲିସର କାର୍ଯ୍ୟନିର୍ବାହୀ ମୁଖ୍ୟ ମିଳିନ୍ଦ ଭାରମ୍ବେ କହନ୍ତି: ମାମଲା ବଡ଼ ଗମ୍ଭୀର ହୋଇଥିବାରୁ ଆମେ ଏହାର ତଦନ୍ତ କରୁଛୁ। ମୁଁ ପ୍ରତିଶ୍ରୁତି ଦେଉଛି କୌଣସି ଦୋଷୀ ପୁଲିସବାଲା କି, ଦଙ୍ଗାକାରୀ ଛାଡ଼ ପାଇବେ ନାହିଁ।

publive-image

ସେ ଭିଡିଓ କ୍ଲିପ୍‌ଟିକୁ ମିଳିନ୍ଦ ମଧ୍ୟ ଦେଖି ଚୁପ୍‌ ହୋଇ ଯାଇଛନ୍ତି।

ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ ହିଂସା ରୋକିବାକୁ ଔରଙ୍ଗାବାଦକୁ ପଠାଯାଇଥିବା ଆଇନ ଓ ଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜିପି ବିପିନ ବିହାରୀ କହନ୍ତି: ଆଇନକୁ ନିଜ ହାତକୁ ନେଇ ଥିବା ପୁଲିସ ସମେତ କାହାରିକୁ ଛଡ଼ାଯିବ ନାହିଁ।

ଭିଡିଓରେ ଦେଖା ଯାଉଛି ପୁଲିସବାଲାଙ୍କ ଉପସ୍ଥିତିରେ ଦଙ୍ଗାକାରୀମାନେ ଥୁଆଯାଇଥିବା ଗାଡ଼ି ସବୁ ନଷ୍ଟ କରୁଛନ୍ତି। ଗାଡ଼ି କାଚ ଭାଙ୍ଗି ସେଥିରେ ନିଅାଁ ଲଗାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe