ଦେଶର ୨, ୯୬୭ ବାଘରୁ ୨୩୧ଟି ଅଛନ୍ତି ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ

Advertisment
ଦେଶର ୨, ୯୬୭ ବାଘରୁ ୨୩୧ଟି ଅଛନ୍ତି ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ

Image Courtesy of Akhbar

ନୂଆଦିଲ୍ଲୀ: ଦେଶରେ ଥିବା ମୋଟ୍ ୨, ୯୬୭ଟି ବାଘ ମଧ୍ୟରୁ ସର୍ବାଧିକ ସଂଖ୍ୟକ ବାଘ ୨୩୧ଟି ଅଛନ୍ତି କେବଳ ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ। ମଙ୍ଗଳବାର ଦିନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର୍ ରିଲିଜ୍ କରିଥିବା ‘ଷ୍ଟାଟସ୍ ଅଫ୍ ଟାଇଗର୍ସ, କୋପ୍ରିଡାଟର୍ସ ଆଣ୍ଡ୍ ପ୍ରେ ଇନ୍ ଇଣ୍ଡିଆ’ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି।

୨୦୦୬ରେ କର୍ବେଟ୍‌ରେ ବାଘସଂଖ୍ୟା ଥିଲେ ୧୩୭। ୨୦୧୦ରେ ତାହା ବୃଦ୍ଧି ପାଇ ୧୭୪ ଏବଂ ୨୦୧୪ରେ ୨୧୫ରେ ପହଞ୍ଚିଥିଲା। କର୍ବେଟ୍ ଜାତୀୟ ଉଦ୍ୟାନର ନିର୍ଦେଶକ ରାହୁଳ କହନ୍ତି, ବାଘସଂଖ୍ୟା ୨୫୦ ହେବ ବୋଲି ଆମେ ଆଶା କରିଥିଲୁ।

publive-image Image Courtesy of The Times of India

ବାଘସଂଖ୍ୟାରେ କର୍ବେଟ୍ ଜାତୀୟ ଉଦ୍ୟାନ ପଛକୁ ରହିଛନ୍ତି କର୍ଣ୍ଣାଟକର ନାଗରହୋଲ୍ ଓ ବନ୍ଦିପୁର। ଉଭୟ ସ୍ଥାନରେ ଯଥାକ୍ରମେ ୧୨୭ ଓ ୧୨୬ଟି ବାଘ ଅଛନ୍ତି। ସେହିଭଳି ମଧ୍ୟପ୍ରଦେଶର ବାନ୍ଧବଗଡ଼ ଓ ଆସାମର କାଜିରଙ୍ଗାରେ ୧୦୪ଟି ଲେଖାଏଁ ବାଘ ଅଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ବାଘସଂଖ୍ୟାରେ ଶୀର୍ଷରେ ରହିଛି ମଧ୍ୟପ୍ରଦେଶ। ଗତ ଥର ସେଠାରେ ୨୦୮ଟି ବାଘ ଥିବା ବେଳେ ଏଥର ଅଛନ୍ତି ୫୨୬ଟି ବାଘ। କର୍ଣ୍ଣାଟକରେ ମଧ୍ୟ ଗତ ଥର ୪୦୬ଟି ବାଘ ଥିଲେ ଏବଂ ଏଥର ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୫୨୪ରେ ପହଞ୍ଚିଛି। ଉତ୍ତରପ୍ରଦେଶର ସୋହାଗି ବରୱାରେ ମାତ୍ର ଗୋଟିଏ ବାଘ ଅଛି।

ଗତ ଥର ୩୪୦ଟି ବାଘ ଥିବା ଉତ୍ତରାଖଣ୍ଡ ବାଘସଂଖ୍ୟା ୪୪୨କୁ ବୃଦ୍ଧି ପାଇ ଦେଶର ତୃତୀୟ ସ୍ଥାନରେ ରହିଛି। ସେମିତି ମିଜୋରାମର ଡମ୍ପା ଏବଂ ପଶ୍ଚିମବଙ୍ଗର ବକ୍ସା ମଧ୍ୟରେ ଥିବା ବାଘମାନଙ୍କ ମଧ୍ୟରୁ ଛଅଟି ମରିଯାଇଛନ୍ତି।

ପ୍ରତି ଚାରି ବର୍ଷରେ ଥରେ ଅଖିଳ ଭାରତୀୟ ବ୍ୟାଘ୍ର ଗଣନା ହୋଇଥାଏ। ସଦ୍ୟତମ ବ୍ୟାଘ୍ର ଗଣନା ୨୦୧୮ରେ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe