୧୨ରୁ ୧୮ ବର୍ଷର ପିଲାଙ୍କୁ କର୍ବେଭାକ୍ସ ଟିକା

Advertisment
୧୨ରୁ ୧୮ ବର୍ଷର ପିଲାଙ୍କୁ  କର୍ବେଭାକ୍ସ ଟିକା

theprint.in

ନୂଆଦିଲ୍ଲୀ : ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ହାଇଦ୍ରାବାଦ କମ୍ପାନି ବାୟୋଲୋଜିକାଲ ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ ଟିକା କର୍ବେଭାକ୍ସର ଜରୁରୀ ବ୍ୟବହାର ନିମନ୍ତେ ଡିସିଜିଆଇ ଅନୁମତି ପ୍ରଦାନ କରିଛି। ୨୮ ଦିନ ବ୍ୟବଧାନରେ ଏହି ଟିକାର ଦୁଇଟି ଡୋଜ୍ ନେବାକୁ ହେବ। ଗୋଟିଏ ଡୋଜ୍‌ ଟିକାର ମୂଲ୍ୟ ୧୪୫ ଟଙ୍କା ରହିବ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ବାୟୋଲୋଜିକାଲ ଇ ପରିଚାଳନା ନିର୍ଦ୍ଦେଶକ ମହିମା ଦତ୍ତ କହିଛନ୍ତି, ପିଲାଙ୍କ ପାଇଁ କର୍ବେଭାକ୍ସ ଟିକାକୁ ଅନୁମତି ମିଳିଥିବାରୁ ମହାମାରୀ-ବିରୋଧୀ ବୈଶ୍ବିକ ଲଢ଼େଇକୁ ଶୀଘ୍ର ସାରିବାରେ ଏହା ସହାୟକ ହେବ। ଭାରତରେ ବର୍ତ୍ତମାନ ସୁଦ୍ଧା ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯାଉଛି। ସରକାରୀ ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ୭୬ ନିୟୁତ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe