କେରଳରେ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

Advertisment

ଜାପାନରେ ଭାରତୀୟ ଆକ୍ରାନ୍ତଙ୍କୁ ଦୂତାବାସ ସହାୟତା

ଜାପାନରେ ଭାରତୀୟ ଆକ୍ରାନ୍ତଙ୍କୁ ଦୂତାବାସ ସହାୟତା

କେରଳରେ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

India TV

ନୂଆଦିଲ୍ଲୀ: କେରଳରେ କରୋନା ଭାଇରସ୍‌ ଆକ୍ରାନ୍ତ ଥିବା ୩ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି ଏବଂ ଅନ୍ୟ ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଜଣେ ମେଡିକାଲ ଛାତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ଭଲ ହେବାପରେ ତାଙ୍କୁ ହସ୍ପିଟାଲ୍‌ରୁ ଛଡ଼ାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଅନ୍ୟ ୨ ଜଣ ରୋଗୀଙ୍କ ଶରୀରରେ ଭାଇରସ୍ କମିଥିବା ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହର୍ଷବର୍ଦ୍ଧନ କହିଛନ୍ତି। ସ୍ପ‌ଷ୍ଟ ରିପୋର୍ଟ ମିଳିବାପରେ ହିଁ ସେମାନଙ୍କୁ ହସ୍ପିଟାଲ୍‌ରୁ ଛଡ଼ାଯିବ। ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚ ସ୍ତରୀୟ ଟିମ୍‌ କରୋନା ସ୍ଥିତି ସମୀକ୍ଷା ପାଇଁ ଦ୍ବିତୀୟ ସମୀକ୍ଷା ବୈଠକ କରିଛନ୍ତି। ଏଯାବତ୍‌ ୨୩୧୫ ବିମାନରେ ଭାରତ ଆସିଥିବା ୨,୫୧, ୪୪୭ ଜଣଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯାଇଛି।
ଅନ୍ୟପକ୍ଷେ ଜାପାନ ଜାହାଜରେ ୨ ଜଣ ଭାରତୀୟ ଭାଇରସ୍ ଆକ୍ରାନ୍ତ ଥିବା ସ୍ପଷ୍ଟ କରାଯିବା ପରେ ଟୋକିଓ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe