କମୁଛି କରୋନା: ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ତଳେ

Advertisment

କରୋନାକୁ  ନେଇ ଲୋକ ଆତଙ୍କିତ ଥିବା ବେଳେ ଏବେ ଏକ ଭଲ ଖବର ହସ୍ତଗତ ହୋଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ତଳକୁ ଖସିିଛି। ଗୁରୁବାର ଦିନ ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୫,୯୭୬କୁ ହ୍ରାସ ପାଇଛି।

କରୋନାକୁ  ନେଇ ଲୋକ ଆତଙ୍କିତ ଥିବା ବେଳେ ଏବେ ଏକ ଭଲ ଖବର ହସ୍ତଗତ ହୋଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ତଳକୁ ଖସିିଛି। ଗୁରୁବାର ଦିନ ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୫,୯୭୬କୁ ହ୍ରାସ ପାଇଛି।

856f7c7d-60fd-4214-98c6-e0c612ee4808

ନୂଆଦିଲ୍ଲୀ: କରୋନାକୁ  ନେଇ ଲୋକ ଆତଙ୍କିତ ଥିବା ବେଳେ ଏବେ ଏକ ଭଲ ଖବର ହସ୍ତଗତ ହୋଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ତଳକୁ ଖସିିଛି।

ଗୁରୁବାର ଦିନ ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୫,୯୭୬କୁ ହ୍ରାସ ପାଇଛି। ଯାହା ପୂର୍ବ ଦିନ ୬,୪୮୩ ଥିଲା।  ଏହା ଲଗାତାର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ତିନି ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି।

ତିନି ଜଣଙ୍କ ମୃତ୍ୟୁ ମଧ୍ୟରୁ ଦୁଇଜଣ ଦିଲ୍ଲୀର ଏବଂ ଜଣେ କେରଳର। ସମସ୍ତ ମୃତକ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ ବ୍ୟକ୍ତି ଥିଲେ।

ଭାରତରେ ବର୍ତ୍ତମାନ LF.7, XFG, JN.1, ଏବଂ ନୂତନ ଭାବରେ ଚିହ୍ନଟ ହୋଇଥିବା NB.1.8.1 ଭଳି  ଉପ-ଭାରିଆଣ୍ଟ ଯୋଗୁ କୋଭିଡ୍-୧୯ ମାମଲାରେ ବୃଦ୍ଧି ଘଟୁଛି।

ଉଲ୍ଲେଖଯୋଗ୍ୟ, ତେବେ ଏଥର କରୋନା ବେଶି ସଂଘାତିକ ନୁହେଁ ଓ ଚିନ୍ତାର ବିଷୟ ନୁହେଁ, କିନ୍ତୁ ସତର୍କତା ଆବଶ୍ୟକତା ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe