BBC
ନୂଆଦିଲ୍ଲୀ : ବ୍ରାଜିଲ୍ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ୍ରେ ରେକର୍ଡ ୩୩ ହଜାର ୨୭୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୫୬ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲ୍ରେ ମୋଟ୍ ମୃତ୍ୟୁସଂଖ୍ୟା ୨୮ ହଜାର ୮୪୯ରେ ପହଞ୍ଚିଛି। ଏଥିସହ ବ୍ରାଜିଲ୍ ମୃତ୍ୟୁସଂଖ୍ୟାରେ ଫ୍ରାନ୍ସକୁ ଟପିଯାଇଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୨୮ ହଜାର ୭୭୧ ରହିଛି। ଆମେରିକା, ବ୍ରିଟେନ୍ ଓ ଇଟାଲି ପରେ ବ୍ରାଜିଲ୍ରେ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ। ରୁଷ୍ରେ ମଧ୍ୟ ଗତ ୨୪ ଘଣ୍ଟାରେ ୯ ହଜାର ୨୬୮ ନୂଆ ମାମଲା ଚିହ୍ନଟ ହୋଇଛି। ରୁଷ୍ରେ ସଂକ୍ରମିତସଂଖ୍ୟା ୪ ଲକ୍ଷ ୫ ହଜାର ଟପିଛି। ରୁଷ୍ରେ ମୋଟ୍ ୬ ହଜାର ୬୯୩ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍ରେ ନୂଆ ସଂକ୍ରମଣ ବଢ଼ୁନଥିଲେ ମଧ୍ୟ ସ୍ପେନ୍ ପ୍ରଧାନମନ୍ତ୍ରୀ ପୁଣି ୨ ସପ୍ତାହ ପର୍ଯ୍ୟନ୍ତ ଷ୍ଟେଟ୍ ଅଫ୍ ଏମର୍ଜେନ୍ସି ବଢ଼ାଇଛନ୍ତି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୬୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫ ହଜାର ଟପିଛି ଏବଂ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୧୬ ହଜାର ଟପିଛି।
ତେବେ ବିଶ୍ବରେ ମୋଟ୍ ସଂକ୍ରମିତ ସଂଖ୍ୟା ୬୧ ଲକ୍ଷ ୭୭ ହଜାର ଟପିଛି ଏବଂ ୩ ଲକ୍ଷ ୭୧ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ କୋରିଆରେ ପୁଣି ୨୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଆଫ୍ରିକାରେ ୨୪ ଘଣ୍ଟାରେ ୬,୨୪୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍ ସଂକ୍ରମଣ ମାମଲା ୧ ଲକ୍ଷ ୪୧ ହଜାର ୫୩୫ରେ ପହଞ୍ଚିଛି। ଉତ୍ତର ଆଫ୍ରିକାରେ ୪୨ ହଜାର ୧୦୦ ମାମଲା ଥିବା ବେଳେ ପଶ୍ଚିମରେ ୨୪୨୦୦, ଦକ୍ଷିଣ ଆଫ୍ରିକାରେ ୩୩୧୦୦ , ପୂର୍ବରେ ୧୬୪୦୦ ଓ ମଧ୍ୟ ଆଫ୍ରିକାରେ ୧୫୭୦୦ ସଂକ୍ରମିତ ହୋଇଛନ୍ତି।
Follow Us