କରୋନା ସଙ୍କଟ : ୪୦ କୋଟି ଶ୍ରମିକ ଅନଟନ ଭୋଗିବେ

ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର, ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର ଜାରି

National Herald

ଜାତିସଂଘ : ସମ୍ପ୍ରତି ବିଶ୍ବବ୍ୟାପୀ ମହାମାରୀ କରୋନାର କରାଳ ପ୍ରତିଛବି ଯୋଗୁଁ ବିଶ୍ବ ଅର୍ଥନୀତି ସମ୍ପୂର୍ଣ ଭୁଶୁଡି଼ପଡି଼ଛିା ଭାରତ ପରି ବିଭିନ୍ନ ବିକାଶଶୀଳ ରାଷ୍ଟ୍ରରେ ଅଭୂତପୂର୍ବ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛିା ଅଦ୍ୟାବଧି କରୋନା ପ୍ରକୋପ ଥମିବାର ନାଁ ଧରୁନଥିବା ବେଳେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଜଳଜଳ ଦିଶୁଛିା ଚଳିତ ବର୍ଷର ଦ୍ବିତୀୟ ତ୍ରୈମାସିକ ଶେଷ ବେଳକୁ ପରିଣତି ସ୍ବରୂପ ଆମ ଦେଶରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୪୦ କୋଟି ଶ୍ରମିକ ଅନଟନ ମଧ୍ୟକୁ ଠେଲିହୋଇଯିବେ ବୋଲି ଜାତିସଂଘର ଶ୍ରମିକ ସଂଗଠନ ସତର୍କ କରାଇଦେଇଛିା ଏପରିକି ସାରା ବିଶ୍ବରେ ସାଢେ଼ ୧୯କୋଟି କର୍ମଜୀବୀ ସମ୍ପୂର୍ଣ କର୍ମସଂସ୍ଥାନ ହରାଇବେ ବୋଲି ମଧ୍ୟ ଆନ୍ତର୍ଜାତିକ ଶ୍ରମିକ ସଂଘ(ଆଇଏଲ୍ଓ) ଆଶଙ୍କା ବ୍ୟକ୍ତ କରିଛିା ଆଇଏଲ୍ଓ ଦ୍ବାରା ପ୍ରକାଶିତ 'କୋଭିଡ୍–୧୯ ଏବଂ କାର୍ଯ୍ୟର ପୃଥିବୀ' ଶୀର୍ଷକ ଦ୍ବିତୀୟ ସଂକଳନରେ କରୋନାଜନିତ ପରିସ୍ଥିତିକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରର ସବୁଠୁ ସଂକଟଜନକ ସ୍ଥିତି ଭାବେ ବର୍ଣନା କରାଯାଇଛିା ଉଭୟ ଉନ୍ନତ ଓ ବିକାଶଶୀଳ ରଷ୍ଟ୍ରରେ ବିଭିନ୍ନ ଶ୍ରମଜୀବୀ ଏବଂ ବ୍ୟବସାୟୀମାନେ ଏବେ ଅବର୍ଣନୀୟ ବିପତ୍ତିକୁ ସାମନା କରୁଛନ୍ତିା ଏହି ରିପୋର୍ଟ ଅନୁଯାୟୀ, ସାରା ବିଶ୍ବରେ ପାଖାପାଖି ୨୦୦ କୋଟି ଶ୍ରମିକ ଏପରି ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତିା ବିଶେଷ କରି କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ଯୋଗୁଁ ଭାରତ, ନାଇଜେରିଆ ଏବଂ ବ୍ରାଜିଲ ପରି ଦେଶରେ କାମ କରୁଥିବା ଏଭଳି ଶ୍ରମିକମାନେ ବେଶି ପ୍ରଭାବିତ ହୋଇଛନ୍ତିା ଭାରତରେ ପ୍ରାୟ ୯୦ ପ୍ରତିଶତ ଶ୍ରମଜୀବୀ ଏପରି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ କୋଟି ଶ୍ରମିକ ହିଁ କଠିନ ଦାରିଦ୍ର୍ୟକୁ ସାମନା କରିବାର ଆଶଙ୍କା ଦେଖାଦେଇଛିା ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଆନ୍ତର୍ଜାତିକ ସହଯୋଗ ହିଁ ଏକାନ୍ତ ବା‚ନୀୟ ବୋଲି ଆଇଏଲ୍ଓ ମହାସଚିବ ଗାୟ ରାଇଡର ପରାମର୍ଶ କରିଛନ୍ତିା ନିଜେ ଛିଡ଼ା ହୋଇପାରିବା ଭଳି ସାହସ ଜୁଟାଇ ପାରୁନଥିବା ଏହି ନିମ୍ନ ଆର୍ଥିକବର୍ଗର ଶ୍ରମିକମାନଙ୍କ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଇଡର ଆହ୍ବାନ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe