New Indian Express
କୋଲକାତା: ସାଧାରଣ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ରେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ଲୋକେ ଶବକୁ ଦେଖିପାରିବେ ବୋଲି ମମତା ସରକାର ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତି ଘୋଷଣା ହେବା ପରେ ରାଜ୍ୟବାସୀ ଆଶ୍ବସ୍ତ ଅନୁଭବ କରିଛନ୍ତି। କାରଣ କୋଭିଡ୍-୧୯ରେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ ହେଲେ ପରିଜନଙ୍କୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ। ରିପୋଟର୍ ଆସିବା ବେଳକୁ ମୃତଦେହ ପଚିଶଢ଼ି ଯାଇଥାଏ। ଏହା ଅତ୍ୟନ୍ତ ଚିନ୍ତାଜନକ ଥିଲା।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମାନବୀୟ ଆଧାର ଉପରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍)ର ନିର୍ଦ୍ଦେଶ ଅନୁସାରେ କୋଭିଡ୍-୧୯ (ପଜିଟିଭ୍ ରିପୋର୍ଟ ଥିବା)ରେ ରୋଗୀ ଏବଂ ସନ୍ଦିଗ୍ଧ ରୋଗୀଙ୍କ ଶବର ଅନ୍ତିମ ସଂସ୍କାର ପାଇଁ ଥିବା ପ୍ରୋଟୋକଲ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ହେଲେ କୌଣସି ରୋଗୀଙ୍କର କୋଭିଡ-୧୯ରେ ମୃତ୍ୟୁ ହୋଇଛି ବୋଲି ସନ୍ଦେହ ହେଲେ ତାଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ।
Follow Us