ସୁପ୍ରିମକୋର୍ଟରେ କରୋନା ମୃତ୍ୟୁ ସହାୟତା ମାମଲା: ୧୦,୦୯୪ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି

Advertisment

ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୧୧,୯୩୮

ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୧୧,୯୩୮

୧୪ ସୁଦ୍ଧା କୋଭିଡ ମୃତକଙ୍କୁ କ୍ଷତିପୂରଣ

ନୂଆଦିଲ୍ଲୀ, : ଓଡ଼ିଶାରେ କରୋନାରେ ୧୧ ହଜାର ୯୩୮ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୧୦ ହଜାର ୯୪ ଜଣଙ୍କ ନିକଟ ସଂପର୍କୀୟମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବିଭିନ୍ନ ରାଜ୍ୟମାନଙ୍କ ଦ୍ବାରା କୋଭିଡ୍‌-୧୯ ସହାୟତା ବିତରଣ ମାମଲାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ଅନୁପାଳନ ସଂକ୍ରାନ୍ତ ସର୍ବଶେଷ ସ୍ଥିତି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯାଇଛି।

ରିପୋର୍ଟରେ ଚଳିତ ମାସ ୩ ପର୍ଯ୍ୟନ୍ତ ଓଡ଼ିଶା ସମେତ ୧୫ ରାଜ୍ୟ ଦ୍ବାରା ପ୍ରଦତ୍ତ ତଥ୍ୟକୁ ସାମିଲ କରାଯାଇଛି। ଅନ୍ୟ ପକ୍ଷରେ ଓଡ଼ିଶାରେ ମୃତ୍ୟୁ ସହାୟତା ପାଇଁ ୧୩ ହଜାର ୩୪୨ ଦାବି ଆବେଦନ ଗ୍ରହଣ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌ଆର୍‌ ଶାହା ଏବଂ ବିଚାରପତି ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠରେ ସହାୟତା ସଂପର୍କରେ ଶୁଣାଣି ହୋଇଥିଲା। ଖଣ୍ଡପୀଠଙ୍କ ଦ୍ବାରା ବିଭିନ୍ନ ରାଜ୍ୟମାନଙ୍କ ଦ୍ବାରା ସହାୟତା ପ୍ରଦାନ କରାଯିବା ନେଇ ଉପସ୍ଥାପନ କରାଯାଇଥିବା ସର୍ବଶେଷ ସ୍ଥିତି ରିପୋର୍ଟର ସମୀକ୍ଷା କରାଯାଇଥିଲା। ମୃତକଙ୍କ ପରିବାରଙ୍କ ଦ୍ବାରା ସହାୟତା ପାଇଁ ଅନଲାଇନ କିମ୍ବା ଅଫଲାଇନରେ ଯେଉଁ ଆବେଦନ ଦାଖଲ କରାଯାଉଛି ତାହାକୁ ଯୋଗ୍ୟତା ଅଧାରରେ ବିଚାର କରିବାପାଇଁ ସମସ୍ତ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଫଲାଇନରେ ଆବେଦନ କରାଯାଉଥିବା ଆବେଦନଗୁଡ଼ିକର ଦାବିକୁ ଖାରଜ କରାଯାଇପାରିବ ନାହିଁ। ଏହା ସହ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନକୁ ତ୍ବରିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି କରିବା ପାଇଁ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୋଡାଲ୍‌ ଅଧିକାରୀ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ ସଦସ୍ୟ ସଚିବଙ୍କୁ ସହଯୋଗ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ ୭କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe