ଭାରତରେ ୨.୨୮% : ଖସୁଛି କରୋନା ମୃତ୍ୟୁ ହାର

Advertisment

ବିଶ୍ୱରେ କମ୍‌ ମୃତ୍ୟୁ ହାର ଥିବା ଦେଶ ତାଲିକାରେ ଭାରତ

ବିଶ୍ୱରେ କମ୍‌ ମୃତ୍ୟୁ ହାର ଥିବା ଦେଶ ତାଲିକାରେ ଭାରତ

ଭାରତରେ ୨.୨୮% : ଖସୁଛି କରୋନା ମୃତ୍ୟୁ ହାର

Lokmat

ଆରୋଗ୍ୟ ହାର ୬୪%କୁ ବୃଦ୍ଧି
ସୁସ୍ଥ ହେଲେଣି ୯ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କିନ୍ତୁ ଏଥିରେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ନମୁନା ପରୀକ୍ଷା ବଢ଼ୁଥିବାରୁ ଅଧିକ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ସ୍ବାଭାବିକ। କିନ୍ତୁ ସବୁଠାରୁ ଅଶ୍ବାସନାର ବିଷୟ ହେଉଛି ଯେ କରୋନା ମୃତ୍ୟୁ ହାର ଖସି ଖସି ଚାଲିଛି। ଏବଂ ସୁସ୍ଥ ହାର ମଧ୍ୟ ଆଖି ଦୃଶିଆ ଭାବେ ବଢ଼ି ଚାଲିଛି।

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ଧୀରେ ଧୀରେ କମୁଛି। ବର୍ତ୍ତମାନ ଏହି ହାର ୨.୨୮ ପ୍ରତିଶତରେ ରହିଛି। ବିଶ୍ବର ସବୁଠୁ କମ୍ ମୃତ୍ୟୁ ହାର ଥିବା ଦେଶଗୁଡ଼ିକ ତାଲିକାରେ ରହିଛି ଭାରତ। ନମୁନା ପରୀକ୍ଷା ବଢ଼ାଯିବା ସହିତ ପ୍ରଭାବୀ ରଣନୀତି ଯୋଗୁ ଏହା ସମ୍ଭବ ହୋଇଛି ବୋଲି କୁହାଯାଇଛି। ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନମୁନା ପରୀକ୍ଷା ସଂଖ୍ୟା ୫ ଲକ୍ଷ ଟପିଛି।

ସେହିଭଳି ଦେଶରେ ଆରୋଗ୍ୟ ହାର ନିରବଚ୍ଛିନ ଭାବେ ବଢ଼ି ଚାଲିଛି। ଫଳରେ ଦେଶରେ ଉକ୍ତ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ଟପିଛି। କ୍ରମାଗତଭାବେ ଗତ ୪ ଦିନ ହେଲା ଦେଶରେ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୧ହଜାର ୯୯୧ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷ ଟପିବା ଫଳରେ ଆରୋଗ୍ୟ ହାର ଏବେ ୬୪ ପ୍ରତିଶତରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ୧୭ହଜାର ୫୬୭ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୮୫ହଜାର ୧୧୪ ରହିଛି। ତେଣୁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ଲକ୍ଷ ୩୨ହଜାର ୪୫୩ ଅଧିକ ହେଲାଣି। ଉଭୟ ଡାକ୍ତରଖାନା ଏବଂ ଘରେ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ଚିହ୍ନଟ କରାଯିବା,ଏକାନ୍ତବାସରେ ରଖାଯିବା ଏବଂ ଚିକିତ୍ସା ବ୍ୟବସ୍ଥାର ଉନ୍ନତ ପରିଚାଳନା ଆଦି ଯୋଗୁ ଏଭଳି ସଫଳତା ମିଳିଛି ବୋଲି ସରକାର କହିଛନ୍ତି।

publive-image The Indian Express

ଆଇସିଏମଆର୍ ପକ୍ଷରୁ କୁହାଯାଇଛି ଆଜି ଦେଶରେ ରେକର୍ଡ ୫ ଲକ୍ଷ ୧୫ ହଜାର ୪୭୨ ଜଣଙ୍କର ନମୁନା ପରୀକ୍ଷା ହୋଇଛି। ଫଳରେ କରୋନା ରୋଗ ଚିହ୍ନଟ ପାଇଁ ନମୁନା ପରୀକ୍ଷା ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଟପିଛି। ପ୍ରଥମେ ଦିନକୁ ୧୦୦ରୁ କମ୍ ବ୍ୟକ୍ତିଙ୍କର ନମୁନା ପରୀକ୍ଷା‌ ହେଉଥିବାବେଳେ ଆଜି ଏହା ୫ ଲକ୍ଷ ଟପିଛି ବୋଲି ଆଇସିଏମଆର କହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୪୯୯୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି। ସେହିଭଳି ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୨ ହଜାର ୭୭୧ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭୦୮ ଜଣ ପ୍ରାଣ ହରାଇଛନ୍ତି। ଏହାସହିତ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨,୭୭୧ ଛୂଇଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe