TV9 Bharatvarsh
ନୂଆଦିଲ୍ଲୀ : ଓଡ଼ିଶାରେ କୋଭିଡ୍-୧୯ ମହାମାରୀରେ ୨୦୧୩ ମାର୍ଚ ୨୭ ସୁଦ୍ଧା ୯୨୦୫ ଜଣଙ୍କ ମୃତ୍ୟୁହୋଇଛି। ଓଡ଼ିଶାରେ ଏହି ରୋଗ ପାଇଁ ମୋଟ ୩,୪୦,୫୭,୩୪୭ଟି ଟେଷ୍ଟ କରାଯାଇଥିଲା ଓ ୧୩,୩୬,୮୧୪ କୋଭିଡ ମାମଲା ଦୃଷ୍ଟିକୁ ଆସିଥିଲା। ଲୋକସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବିନ ପାୱାରଙ୍କ ଦ୍ବାରା ଲିଖିତ ଉତ୍ତରରେ ଏହି ସୂଚନା ଦିଆଯାଇଛି। ୨୦୨୩ ମାର୍ଚ୍ଚ ୨୭ ସୁଦ୍ଧା ସାରା ଦେଶରେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୮୩୦ ରହିଛି ବୋଲି ଉତ୍ତରରେ ଉଲ୍ଲେଖ ରହିଛି।
Follow Us