ଆଦିବାସୀଙ୍କ ଜୀବନ ସହ ଖେଳୁଛନ୍ତି ନକ୍ସଲ, ୫ ରାଜ୍ୟର ୨ ଲକ୍ଷ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା

Advertisment
ଆଦିବାସୀଙ୍କ ଜୀବନ ସହ ଖେଳୁଛନ୍ତି ନକ୍ସଲ, ୫ ରାଜ୍ୟର ୨ ଲକ୍ଷ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା

Sambad

ନୂଆଦିଲ୍ଲୀ: ନକ୍ସଲମାନଙ୍କ କାରଣରୁ, ଜଙ୍ଗଲ ଭିତରେ ଥିବା ଆଦିବାସୀ ଗ୍ରାମଗୁଡିକରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି | ଏକଥା ଆମେ କହୁନାହୁଁ, ବରଂ ଏବେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି | ଏଠାରେ ନକ୍ସଲଙ୍କ ଆନ୍ଦୋଳନ ଏବଂ ସଭା ଯୋଗୁଁ ଛତିଶଗଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ତେଲେଙ୍ଗାନାର ପ୍ରାୟ ୨ ଲକ୍ଷ ଆଦିବାସୀଙ୍କ ଜୀବନ ବିପଦରେ ରହିଛି। ନକ୍ସଲମାନଙ୍କ କାରଣରୁ ଛତିଶଗଡର ୮ ଟି ଜିଲ୍ଲା, ବସ୍ତର, ସୁକମା, ନାରାୟଣପୁର, ବିଜାପୁର, ଦାନ୍ତେୱାଡା, କାଙ୍କେର, କୋଣ୍ଡାଗାଓ, ରାଜନାଦଗାଓଁ, ମହାରାଷ୍ଟ୍ରର ଗଡ଼ଚିରୋଲି, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍, ତେଲେଙ୍ଗାନାର ଭଦ୍ରାଦୀ କୋଥେଗୁଦେମ୍ ସହ ଓଡିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୨ ଲକ୍ଷ ଆଦିବାସୀଙ୍କ ଜୀବନ ବିପଦରେ ଅଛି।

publive-image

ଭାରତର ମାନଚିତ୍ରରେ ଥିବା ଏହି ଲାଲ୍ କରିଡରକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଏହି ରାଜ୍ୟ ମଧ୍ୟରୁ ଅଧିକାଂଶ ଅଂଚଳ ନକ୍ସଲମାନଙ୍କ ଅଧୀନରେ ରହିଛି । ଏହି ୫ ଟି ରାଜ୍ୟର ଘଞ୍ଚ ଜଙ୍ଗଲରେ ୧୮୦୦ ରୁ ଅଧିକ ଛୋଟ ଗ୍ରାମ ନକ୍ସଲମାନଙ୍କ ଅଧୀନରେ ଅଛି | କୋଭିଡ ସଂକ୍ରମଣ ସତ୍ତ୍ୱେ ନକ୍ସଲମାନେ ଗତ ୧ମାସ ଧରି ଏହି ଅଞ୍ଚଳରେ ଅନେକ ବଡ ସଭା କରୁଛନ୍ତି | ଆଉ ଏଠାରେ କରୋନା ସଂକ୍ରମଣରେ ନକ୍ସଲଙ୍କର ହାତ ରହୁଛି | କାରଣ କିଛି ଦିନ ତଳେ ସୁକମାର କରମାଗୋଣ୍ଡି ଗାଁରେ ନକ୍ସଲମାନଙ୍କ ସଭା ପରେ ୯୧ଜଣ ଗ୍ରାମବାସୀ କରୋନା ସଂକ୍ରମିତ ହୋଇଛି। ଜଣେ ଗ୍ରାମବାସୀ ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କହିଛନ୍ତି ଯେ ପୁଲିସ କ୍ୟାମ୍ପ ଖୋଲିବାକୁ ବିରୋଧ କରିବା ପାଇଁ ନକ୍ସଲମାନଙ୍କ ଦ୍ୱାରା ଆୟୋଜିତ ଏକ ସଭାକୁ ଯାଇଥିଲେ |

ସେଠାରେ ନକ୍ସଲ କ୍ୟାଡରମାନେ ମାସ୍କ ପିନ୍ଧିଥିଲେ, କିନ୍ତୁ ଆମକୁ ମାସ୍କ ଦିଆଯାଇନଥିଲା | ଅନେକ ଲୋକଙ୍କର କାଶ ହେଉଥିବାବେଳେ ମୁଁ ମଧ୍ୟ ସେଠାରେ ସଂକ୍ରମିତ ହୋଇଥିଲି। ତେବେ କୌଣସି ଚିକିତ୍ସା ସୁବିଧା ନ ମିଳିବାରୁ ସେମାନେ ପୁଲିସକୁ ଏବାବଦରେ ଜଣାଇଥିଲେ | ଆଉ ଏବେ ପୁଲିସ ପକ୍ଷରୁ ଚିକିତ୍ସା ଯୋଗାଇଦିଆଯାଉଛି | ଦାନ୍ତେୱାଡାର ଏସପି ଡ.ଅଭିଷେକ ପଲ୍ଲଵ କହିଛନ୍ତି ଯେ ୫ ଟି ରାଜ୍ୟର ୧୩ଟି ଆଦିବାସୀ ଜିଲ୍ଲାରେ ନକ୍ସଲମାନେ ଛୋଟ ଏବଂ ବଡ ଆନ୍ଦୋଳନ ଆୟୋଜନ କରି ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନେ ମାସ୍କ କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାଁନ୍ତି, ଯେଉଁ କାରଣରୁ ଆଦିବାସୀଙ୍କ ଜୀବନ ବିପଦରେ ଅଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe