Advertisment

କରୋନା କାରନାମା: ଲୋପ ପାଇଯିବେ ବ୍ରାଜିଲ୍‌ର ମୂଳ ଅଧିବାସୀ

Advertisment
କରୋନା କାରନାମା: ଲୋପ ପାଇଯିବେ ବ୍ରାଜିଲ୍‌ର ମୂଳ ଅଧିବାସୀ

ବ୍ରସେଲସ୍‌(ବ୍ରାଜିଲ୍): ବିଶ୍ବବ୍ୟାପୀ ଦେଖାଦେଇଥିବା ମହାମାରୀ କୋଭିଡ୍–୧୯ର ପ୍ରକୋପ ଯୋଗୁଁ ବ୍ରାଜିଲ୍‌ର ଆମାଜନ ଅବବାହିକା ଏବଂ ଅନ୍ୟାନ୍ୟ ଅ‌ଳରେ ରହୁୁଥିବା ଆଦିମ ଅଧିବାସୀମାନେ ଲୋପ ପାଇଯିବାର ବିପଦ ସୃଷ୍ଟି ହୋଇଛିା ସାଧାରଣ ଏନ୍‌ଫ୍ଲୁଏଞ୍ଜା ଭୂତାଣୁ ଯୋଗୁଁ ସୃଷ୍ଟ ଶ୍ବାସକ୍ରିୟା ସମସ୍ୟା ହିଁ ଅଦ୍ୟାବଧି ସ୍ଥାନୀୟ ଲୋକମାନଙ୍କ ମୃତ୍ୟୁର ପ୍ରମୁଖ କାରଣ ହୋଇ ରହିଥିବା ବେଳେ ସମ୍ପ୍ରତି କରୋନାର ପ୍ରାଦୁର୍ଭାବ ହିଁ ଦେଶର ଏହି ମୂଳ ବାସିନ୍ଦାଙ୍କ ବିଲୋପର କାରଣ ସାଜିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତିା ଫ୍ରାନ୍ସ ଓ ସ୍ପେନ୍ ପରି ଦେଶର ମିଳିତ ଆୟତନ ପରିମିତ ଆମାଜନ ନଦୀ ଅବବାହିକାରେ ବସବାସ କରୁଥିବା ବ୍ରାଜିଲ୍ର ଏହି ମୂଳ ଅଧିବାସାମାନେ ଦେଶର ମୋଟ ଜନସଂଖ୍ୟାର ମାତ୍ର ୦.୫%ା ତେବେ ସେମାନଙ୍କର ପ୍ରାଚୀନ ସଂସ୍କୃତି ଓ ପାରମ୍ପରିକ ଜୀବନଶୈଳୀ ହିଁ ବ୍ରାଜିଲ୍ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରୁଛିା ଅବଶ୍ୟ ବର୍ତ୍ତମାନ ସୁଦ୍ଧା ୨୧ କୋଟି ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲରେ ଘାତକ କରୋନାରେ ୧୨,୨୫୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୬୬ ଜଣ ମୃତ୍ୟୁମୁଖରେ ପଡି଼ଛନ୍ତିା ତେବେ ଦିନକୁ ଦିନ ଅନିୟନ୍ତ୍ରିତ ହୋଇପଡୁଥିବା କରୋନା ସଂକ୍ରମଣ ହିଁ ଏହି ଜନଜାତିମାନଙ୍କ ପାଇଁ ଅଭୂତପୂର୍ବ ବିପଦ ଆଣିଛିା ବିଗତ ଷାଠିଏ ଦଶକରେ ଦେଖାଦେଇଥିବା ସଂକ୍ରାମକ ମିଳିମିଳା ଯୋଗୁଁ ପେଡ଼ାଶୀ ଭେନେଜୁଆଲା ସୀମାକୁ ଲାଗି ରହୁଥିବା ପ୍ରାଚୀନ ୟୁନୋମାମି ସମ୍ପ୍ରଦାୟର ୯% ଲୋକଙ୍କର ମୃତ୍୍ୟୁ ହୋଇଥିଲାା

ତେବେ ଅତୀତରେ ବ୍ରାଜିଲ୍ରେ ବିଭିନ୍ନ ସମୟରେ ଆବିର୍ଭୂତ ବିଭିନ୍ନ ପ୍ରକାର ମହାମାରୀ ବେଳେ ଆମାଜନ୍ର ବର୍ଷାବନ ଅ‌ଳରେ ରହୁଥିବା ଏହି ଆଦିମ ଅଧିବାସୀମାନେ ନିଜକୁ ବାଇବା ଲାଗି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ନିଘ‌ ଜଙ୍ଗଲର ଅନ୍ୟାନ୍ୟ ସ୍ଥାନକୁ ପଳାୟନ କରିଥାନ୍ତିା ଜନ୍ତୁ ଓ ମାଛ ଶିକାର ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରି ସେମାନେ ସ୍ଥିତିରେ ସୁଧାର ଆସିବା ଯାଏ ଅନାୟାସରେ ସେହିଠାରେ ହିଁ ରହିଯାଇଥାନ୍ତିା ଏଥର ମଧ୍ୟ କିଛି ଗୋଷ୍ଠୀ ନିଘ‌ ଜଙ୍ଗଲକୁ ପଳାୟନ ପାଇଁ ସଜବାଜ ହେଲେଣିା ତେବେ ସେମାନଙ୍କ ପାଖରେ କରୋନା ସଂକ୍ରମଣକୁ କମାଇବା ପାଇଁ ଆବଶ୍ୟକ ସାବୁନ୍ କି ହସ୍ତ ପ୍ରକ୍ଷାଳକ(ହ୍ୟାଣ୍ତ୍ ସାନିଟାଇଜର) ପରି ସର୍ବନିମ୍ନ ସୁବିଧା ସୁଯୋଗ ନାହିଁାଁ ଏଥି ସହିତ ସେମାନେ ପରସ୍ପର ସହ ସଂସ୍ପର୍ଶରେ ଆସିବା ସହ ସମାନ ବାସନକୁସନ ସମେତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବ୍ୟବହାର କରୁଛନ୍ତି, ଯାହା କି କରୋନା ଭୂତାଣୁ ବ୍ୟାପିବା ପାଇଁ ଖୋରାକ ଯୋଗାଇବା ଅପରପକ୍ଷେ, ଅନେକ ଅଧିବାସୀ ମଧ୍ୟ ଏପରି ଦୁର୍ଗମ ତଥା ଅପନ୍ତରା ଅ‌ଳରେ ରହୁଛନ୍ତି, ଯେଉଁଠିକି ସାମାନ୍ୟତମ ସ୍ବାସ୍ଥ୍ୟସେବା ତ ଦୂରର କଥା, ବାହାର ଦୁନିଆଁ ସହ ସେମାନଙ୍କ ଯୋଗାଯୋଗ ମଧ୍ୟ କଷ୍ଟସାଧ୍ୟା ଆମାଜନ ଅବବାହିକାରେ ଏପରି ୧୦୭ ପ୍ରକାରର ସମ୍ପ୍ରଦାୟ ରହିଛନ୍ତିା ତେବେ ଜଙ୍ଗଲ ମଧ୍ୟକୁ କାଠମାଫିଆ ଓ ଜନ୍ତୁଶିକାରୀ ସମେତ ବିଭିନ୍ନ ଧର୍ମ ପ୍ରଚାରକ ସଂସ୍ଥାମାନଙ୍କର ଆତଯାତ ରହିଛିା ସମ୍ପ୍ରତି କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ପ୍ରଶାସନ ବ୍ୟସ୍ତ ଥିଲା ବେଳେ ଜଙ୍ଗଲ ସୁରକ୍ଷା ପାଇଁ ଆଉ ସେଭଳି ଦୃଷ୍ଟି ଦେଇହେଉନାହିାଁ ଏ ପରିପ୍ରେକ୍ଷୀରେ ସେହି ସବୁ ନିଘ‌ ଜଙ୍ଗଲକୁ ମାଫିଆମାନଙ୍କ ଯାତାୟାତ ଅବାଧ ହେବା ସ୍ବାଭାବିକା ସୁତରାଂ ଏହି ଆଦିମ ସମ୍ପ୍ରଦାୟଙ୍କ ଠାରେ କୌଣସି କାରଣରୁ କରୋନା ସଂକ୍ରମଣ ଆରମ୍ଭ ହୋଇଗଲେ, ତାହା ଅକଳ୍ପନୀୟ ସ୍ଥିତି ଆଣିବ ବୋଲି ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ଚିନ୍ତା ପ୍ରକଟ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe