କରୋନା ମହାମାରୀ: ଗଣମାଧ୍ୟମକୁ ଏଡ଼ାଇଯାଉଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ?

Advertisment
କରୋନା ମହାମାରୀ: ଗଣମାଧ୍ୟମକୁ ଏଡ଼ାଇଯାଉଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ?

Columbia Journalism Review

ନୂଆଦିଲ୍ଲୀ: ମେ ୧୧ ତାରିଖ ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ୍‌-୧୯ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରୁନାହାନ୍ତି। ଏପ୍ରିଲ ୨୧ରୁ ମେ ୧୯ ମଧ୍ୟରେ ଯେଉଁ ୧୧ ଥର ଗଣମାଧ୍ୟମ ସହିତ ପ୍ରେସ୍‌ ମିଟ୍‌ ହୋଇଛି, ତହିଁରୁ ୫ ଥର ଏଇ ମେ ମାସରେ ହିଁ ହୋଇଛି। କୋଭିଡ୍‌-୧୯ ଦେଶରେ ବ୍ୟାପିଚାଲିଥିବା ବେଳେ ଦେଶରେ ସଂକ୍ରମଣଜନିତ ମୃତ୍ୟୁହାର ଢେର୍‌ କମ୍‌ ଅଛି। ତଥାପି ମନ୍ତ୍ରାଳୟ କାହିଁକି ନୀରବତା ଅବଲମ୍ବନ କରୁଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି। ମେ ୭ ତାରିଖରେ ୩୨୦୦ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ମେ ୧୧ ପରେ ପ୍ରତିଦିନ ୩୫୦୦ରୁ ଅଧିକ ଚିହ୍ନଟ ହେଉଛି ଏବଂ ମେ ୧୭ରୁ ୨୦ ମଧ୍ୟରେ ଦୈନିକ ୪୯୫୦ରୁ ଅଧିକ ମାମଲା ସାମିଲ ହେଉଛି। ଅଥଚ ମନ୍ତ୍ରାଳୟ, ଗଣମାଧ୍ୟମ ଠାରୁ ଦୂରେଇଯିବାକୁ ପସନ୍ଦ କରିଛି।

ଅଥଚ ମେ ୧୧ରୁ ୨୦ ତାରିଖ ମଧ୍ୟରେ କୋଭିଡ୍‌-୧୯ ମାମଲା ୫୯% ବଢ଼ିଯାଇଛି। କାରଣ ଏପ୍ରିଲ୍‌ ୨୧ରେ ଦେଶରେ ୧୮,୯୮୫ ମାମଲା ଥିବା ବେଳେ ମେ ୨୦ରେ ସେହି ସଂଖ୍ୟା ୧,୦୬,୭୫୦ରେ ପହଞ୍ଚିଯାଇଛି। ଯେତେବେଳେ ସଂକ୍ରମଣ ହାର କମ୍‌ ଥିଲା, ମନ୍ତ୍ରାଳୟ କହୁଥିଲା ସାମ୍ବାଦିକମାନଙ୍କ ସନ୍ଦେହମୋଚନ କରିବା ଏବଂ ସେମାନଙ୍କ ପ୍ରଶ୍ନକୁ ସାମ୍ନା କରିବା ଗୁରୁତ୍ୱପୂର୍ଣ। ଗଣମାଧ୍ୟମ ବିବୃତି ଜାରି କରିବା ଏକ ଏକପାଖିଆ ଯୋଗାଯୋଗ ହୋଇଥିବା ବେଳେ ଗଣମାଧ୍ୟମକୁ ଭେଟିବା ଏକ ଦୁଇପାଖିଆ ଯୋଗାଯୋଗ, ଯେଉଁଥିରେ ଗଣମାଧ୍ୟମର ସକ୍ରିୟ ଅଂଶଗ୍ରହଣ ରହିଥାଏ। ଏଇ ଆଠ ଦିନ ମଧ୍ୟରେ ଆଇସିଏମ୍‌ଆର୍‌ ନିଜର ରଣନୀତି ବଦଳାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଭଳିକି ଭଳି ଗାଇଡ୍‌ଲାଇନ୍‌ ଜାରି କରିଛି। ଲକ୍‌ଡାଉନ୍‌ ୩ ସରି ୪ ଆରମ୍ଭ ହୋଇଛି। ମାତ୍ର ଗଣମାଧ୍ୟମ ଠାରୁ ଦୂରେଇଯିବା ଦ୍ୱାରା ଯୋଗାଯୋଗର ବ୍ୟବଧାନ ବଢ଼ିଯାଇଛି। ଏପ୍ରିଲ୍‌ ୨୧ ପରେ ମନ୍ତ୍ରାଳୟ ପକ୍ଷରୁ କେହି ବିଶେଷଜ୍ଞ ରହୁନଥିବାରୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ସମ୍ଭବତଃ ଜଟିଳ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe