ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର : ୨୦ ପରେ କୋହଳ

Advertisment
ଅନ୍‌ଲକ୍-୩ ନିର୍ଦ୍ଦେଶାବଳି : ରାତି କଟକଣା ଉଠିଲା

ଅର୍ଥନୀତିରେ ସୁଧାର ଲାଗି ପ୍ରୟାସ
ଗ୍ରାମାଞ୍ଚଳରେ ଅତ୍ୟାବଶ୍ୟକ ସେବାକୁ ଅନୁମତି
କୃଷି, ସ୍ବାସ୍ଥ୍ୟ, ପଶୁପାଳନ ସେବା ଖୋଲିବ
ଇ-କମର୍ସ, କୋରିୟର୍‌, ଆଇଟିକୁ ଅନୁମତି

ନୂଆଦିଲ୍ଲୀ : ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ଅବଧିକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଏପ୍ରିଲ ୨୦ ତାରିଖ ପରେ ଅଣସଂକ୍ରମିତ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ କେତେକ ଆବଶ୍ୟକ ସେବା ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। କରୋନା ଲକ୍ ଡାଉନ୍ ଯୋଗୁଁ ଭୁଶୁଡ଼ି ପଡ଼ୁଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି ଗ୍ରାମାଞ୍ଚଳରେ କେତେକ ଶିଳ୍ପ, ଇ-କମର୍ସ, ଆଇଟି ଏବଂ କୃଷି କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରାଯିବ। ଗ୍ରାମାଞ୍ଚଳରେ ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବା ସହିତ ଆଇଟି ହାର୍ଡୱେୟର ଉତ୍ପାଦନ ଲାଗି ମଧ୍ୟ ଅନୁମତି ମିଳିବ। ତେବେ ଏହି ସମୟରେ ସମସ୍ତ ନିରାପତ୍ତା ଓ ସାମାଜିକ ଦୂରତ୍ବକୁ ସୁନିଶ୍ଚିତ କରିବେ ରାଜ୍ୟ ସରକାର। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ଗାଇଡଲାଇନ୍ସରେ ଏହି ସୂଚନା ଦିଆଯାଇଛି। ନୂଆ ଗାଇଡ୍‌ଲାଇନ୍‌ରେ ସମାଜର ଗରିବ ଏବଂ ଅସହାୟ ଶ୍ରେଣୀର ଲୋକଙ୍କୁ ଦୃଷ୍ଟିରେ ରଖି ସରକାର କିଛି ନିର୍ଦ୍ଦିଷ୍ଟ କାମ ପାଇଁ ଅନୁମତି ଦେଇଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଲକ୍‌ଡାଉନ୍‌ ସରିବା ପର୍ଯ୍ୟନ୍ତ କିଛି କାର୍ଯ୍ୟ ସ୍ଥଗିତ ରହିଛି।

ଖୋଲା ରହିବ
ଔଷଧ ଦୋକାନ ସମେତ ସମସ୍ତ ସ୍ବାସ୍ଥ୍ୟ ସେବା
ଔଷଧ, ଡ୍ରଗ୍‌ସ୍‌ ଆଦି ଉତ୍ପାଦନକାରୀ ଶିଳ୍ପ
କୃଷି, ଉଦ୍ୟାନ କୃଷି, କୃଷିଜାତ କାରବାର,
ମଣ୍ଡିରେ ସଂଗ୍ରହ କାର୍ଯ୍ୟ ଚାଲିପାରିବ
କୃଷି ଯନ୍ତ୍ରପାତି, ତହିଁର ସ୍ପେୟାର ପାର୍ଟସ,
ଯୋଗାଣ ଶୃଙ୍ଖଳ, ମରାମତି କେନ୍ଦ୍ର
ମାଛ ଚାଷ, ପଶୁ ସଂପଦ ଓ କୁକୁଡ଼ା ଫାର୍ମ
ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଓ ବିତରଣ
ସମସ୍ତ ଦୋକାନ, ପରିବା ବଜାର, ମିଲ୍କ ବୁଥ୍
ମାଂସ ଓ ମାଛ ଦୋକାନ
ଗ୍ରାମାଞ୍ଚଳରେ ଶିଳ୍ପ, ରାସ୍ତା ଓ ନିର୍ମାଣ କାମ
ମନରେଗାକୁ ଅନୁମତି
ଅନାଥ ଆଶ୍ରମ ଓ ବୃଦ୍ଧ ଆଶ୍ରମ
ଆତ୍ମନିଯୁକ୍ତ ଇଲେକ୍ଟ୍ରିସିଆନ୍, ସୂଚନାପ୍ରଯୁକ୍ତି ମରାମତି, ପାଣିପାଇପ୍‌ମିସ୍ତ୍ରୀ, ମୋଟରମେକାନିକ୍‌, ବଢେଇ/କାଠ କାରିଗରି କାମ
ବ୍ୟାଙ୍କ୍‌ ଶାଖା ଓ ଏଟିଏମ୍‌, ଏହା ପାଇଁ ଆଇଟି ଭେଣ୍ଡର, ବ୍ୟାଙ୍କ୍‌ ମଧ୍ୟରେ ସମନ୍ୱୟ କାର୍ଯ୍ୟକଳାପ, ସଂଚାଳନ ଓ ନଗଦ ଅର୍ଥ ପରିଚାଳନା ସଂସ୍ଥା
ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କେନ୍ଦ୍ର
ଡାକସେବା, ଦୂରସଂଚାର ଓ ଇଣ୍ଟରନେଟ୍ ସେବା
ସବୁ ପ୍ରକାର ମାଲ ପରିବହନ
ମୁଦ୍ରିତ ଓ ଇଲେକଟ୍ରୋନିକ ଗଣମାଧ୍ୟମ
ଇ-କମର୍ସ ଓ କୋରିୟର ସେବା
ଆଇଟି, ହାର୍ଡୱେୟାର ଓ ଡାଟା ସେଣ୍ଟର

ବନ୍ଦ ରହିବ
ଟ୍ରେନ୍‌, ବିମାନ ଓ ବସ୍‌ ସେବା
ମେଟ୍ରୋ ରେଳ ସେବା ବନ୍ଦ ରହିବ
ମେଡିକାଲ କାରଣ ବ୍ୟତୀତ ଜସାଧାରଣଙ୍କ ଆନ୍ତ ଜିଲ୍ଲା ଏବଂ ଆନ୍ତରାଜ୍ୟ ଯାତାୟତ
ସମସ୍ତ ଶିକ୍ଷା, ତାଲିମ ଓ କୋଚିଂ ଅନୁଷ୍ଠାନ
ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶେଷ ଭାବରେ ଅନୁମତି ପ୍ରାପ୍ତ ବ୍ୟତୀତ ସମସ୍ତ ଆତିଥ୍ୟ ସେବା
ଟ୍ୟାକ୍ସି, ଅଟୋରିକ୍ସା, ସାଇକେଲ୍‌ ରିକ୍ସା ଓ କ୍ୟାବ୍‌ ଏଗ୍ରିଗେଟର୍ସ ସେବା
ସମସ୍ତ ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍ନାସିୟମ୍, କ୍ରୀଡା କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ପ୍ରେକ୍ଷାଳୟ, ବାର୍ ଏବଂ ଅଡିଟୋରିୟମ୍, ସଭାଗୃହ
ସମସ୍ତ ସାମାଜିକ, ରାଜ‌ନୈତିକ, କ୍ରୀଡ଼ା, ମନୋରଞ୍ଜନ, ଏକାଡେମିକ୍ , ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ସମାବେଶ
ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ, ସମାବେଶ, ପୂଜା ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଧାର୍ମିକ ସମ୍ମିଳନୀଗୁଡ଼ିକୁ ବାରଣ
ଅନ୍ତିମ ସଂସ୍କାର କ୍ଷେତ୍ରରେ ୨୦ରୁ ଅଧିକ ଲୋକ ଏକାଠି ହେବାକୁ ଅନୁମତି ମିଳିବନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe