ନୂଆଦିଲ୍ଲୀ: ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢ଼ିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ପୂର୍ବଭଳି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିବ । କୋଭିଡ୍ ଗାଇଡଲାଇନକୁ ପାଳନ କରି ସ୍କୁଲ କଲେଜ୍ ଚାଲିବ । କ୍ଲାସରୁମରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ସେହିପରି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଚାଲିପାରିବ। ବାହାଘର ଏବଂ ଅନ୍ତିମ ଯାତ୍ରାରେ ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ।
ତେବେ ଫେବ୍ରୁଆରି ମାସରେ ଯେଉଁ ଗାଇଡଲାଇନ୍ ଜାରି ହୋଇଥିଲା, ତାକୁ ମାର୍ଚ୍ଚ ୩୧ ଯାଏ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର।
Follow Us