କରୋନା ବଦଳାଇଦେଲା କାର୍ଯ୍ୟଧାରା, ଦିନରେ କାମ କରୁନାହାନ୍ତି ଅଧାରୁ ଅଧିକ

କରୋନା ବଦଳାଇଦେଲା କାର୍ଯ୍ୟଧାରା, ଦିନରେ କାମ କରୁନାହାନ୍ତି ଅଧାରୁ ଅଧିକ

World Health Organization (WHO)

ନୂଆଦିଲ୍ଲୀ: ବିଶ୍ବରେ ଶ୍ରମିକମାନଙ୍କ ପାଇଁ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ଆଉ ସ୍ବାଭାବିକ ହୋଇ ରହିନାହିଁ। ବିଶ୍ବରେ ଅଧାରୁ ଅଧିକ ଶ୍ରମିକ ଉକ୍ତ ସମୟରେ କାର୍ଯ୍ୟ କରୁନାହାନ୍ତି ବୋଲି ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂଗଠନ (ଆଇଏଲ୍‌ଓ)ର ରିପୋର୍ଟରେ ଦର୍ଶାଯାଇଛି।

ତେବେ କରୋନା ମହାମାରୀ ପୂର୍ବରୁ ୨୦୧୯ରେ ବିଶ୍ବରେ ଶ୍ରମିକମାନେ ସପ୍ତାହକୁ ହାରାହାରି ୪୩.୯ ଘଣ୍ଟା କାମ କରୁଥିଲେ। ଏହା ମଧ୍ୟ ସ୍ବାଭାବିକ ସମୟ ଭିତରେ ଆସୁଛି ବୋଲି ଆଇଏଲଓ କାର୍ଯ୍ୟ-ଜୀବନ ସନ୍ତୁଳନ ଶୀର୍ଷକ ରିପୋର୍ଟରେ କହିଛି। ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ ପାଇଛି। ତେବେ ଏକ ତୃତୀୟାଂଶ ଶ୍ରିମକ ସପ୍ତାହକୁ ୪୮ ଘଣ୍ଟାରୁ ଅଧିକ ଏବଂ ଏକ ପଞ୍ଚମାଂଶ ଶ୍ରମିକ ସପ୍ତାହକୁ ୩୫ ଘଣ୍ଟାରୁ କମ୍ ସମୟ କାର୍ଯ୍ୟ କରୁଛନ୍ତି। ତେଣୁ ଅଧାରୁ ଅଧିକ ଶ୍ରମିକ ଅଧିକ ସମୟ ପାଇଁ ଖଟୁଛନ୍ତି କିମ୍ବା କମ୍ ସମୟ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ରିପୋର୍ଟରୁ ଜଣାଯାଇଛି।
ମହାମାରୀ ସମୟରେ ଯଦିଓ ଶ୍ରମିକଙ୍କ ଦୀର୍ଘ ସମୟ କାର୍ଯ୍ୟକରିବା କିଛିମାତ୍ରାରେ ହ୍ରାସ ପାଇଛି କିନ୍ତୁ କମ୍ ସମୟ କାର୍ଯ୍ୟ କରିବା ବଢ଼ିଛି।
କାର୍ଯ୍ୟ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ନୀତି ଉଭୟ ଶ୍ରମିକ ଏବଂ ସଂସ୍ଥାଗୁଡ଼ିକୁ ଲାଭ ଦେଇଛି।

ରିପୋର୍ଟରୁ ଏହା ଜଣାଯାଇଛି ଯେ ବିଶ୍ବରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ ସମୟ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ୩୫.୪ ପ୍ରତିଶତ ହୋଇଥିବାବେଳେ ୩୫ ଘଣ୍ଟାରୁ କମ୍ ସମୟ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ୨୦.୩ ପ୍ରତିଶତ। ତେବେ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସପ୍ତାହକୁ ୪୮ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ୪୬.୭ ପ୍ରତିଶତ ହୋଇଥିବାବେଳେ ୩୫ ଘଣ୍ଟାରୁ କମ୍ ସମୟ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ୧୪.୫ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe