ଭାରତରେ ରୂପ ବଦଳାଇନି କରୋନା: ପିଏମ୍‌ଓ

Advertisment
ଭାରତରେ ରୂପ ବଦଳାଇନି କରୋନା: ପିଏମ୍‌ଓ

ନୂଆଦିଲ୍ଲୀ: ସମ୍ପ୍ରତି ଏକ ଫଳପ୍ରଦ କୋଭିଡ୍‌ ଟିକା ପାଇଁ ବିକାଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଶନିବାର କେନ୍ଦ୍ର ସରକାର ଏ ଦିଗରେ ଏକ ଉଲ୍ଲେଖନୀୟ ଦିଗଦର୍ଶନ ଦେଇଛନ୍ତି। ସର୍ବଭାରତୀୟ ସ୍ତରରେ କରାଯାଇଥିବା ଦୁଇ ଦୁଇଟି ଆନୁବଂଶିକ ସର୍ବେକ୍ଷଣରୁ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ର ଅସ୍ଥିତ୍ବ ସ୍ଥିର ରହିଛି ଏବଂ ଏଥିରେ କୌଣସି ପ୍ରକାର ଉଲ୍ଲେଖନୀୟ ରୂପାନ୍ତର ଘଟିନାହିଁ ବୋଲି ଜଣାପଡ଼ିଛି। କରୋନାଭୂତାଣୁର କୌଣସି ପ୍ରକାର ରୂପାନ୍ତର ଠାବ କରାଗଲେ ତାହା ଟିକା ବିକାଶ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି କରିକରିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ଅପରପକ୍ଷେ, ନିକଟରେ ବିକଶିତ ହେଉଥିବା କୋଭିଡ୍‌ ଟିକାଗୁଡ଼ିକର ଫଳପ୍ରଦତା କରୋନାଭୂତାଣୁର ସଦ୍ୟ ରୂପାନ୍ତରୀକରଣ ଦ୍ବାରା ଆଦୌ ପ୍ରଭାବିତ ହେବନାହିଁ ବୋଲି ଅନ୍ତର୍ଜାତୀୟ ସ୍ତରୀୟ ଗବେଷଣାରୁ ଜଣାଯାଇଛି। ସମ୍ପ୍ରତି ଦେଶରେ ଦୁଇଟି ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଓ ଗୋଟିଏ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଭାରତରେ ସାର୍ସ-କୋଭ୍-୨ର ଶାରୀରିକ ଗଠନ ବର୍ତ୍ତମାନ ସୁଦ୍ଧା ସ୍ଥିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe